ଜୋମାଟୋ ଡ଼େଲିଭରି ବୟକୁ କାହିଁକି ଚପଲରେ ପିଟିଲେ ମହିଳା ? କାନ୍ଦି କାନ୍ଦି କହିଲେ ଏମିତି କଥା, ଭିଡିଓ ଭାଇରାଲ …

ଜୋମାଟୋ ଡ଼େଲିଭରି ବୟକୁ ଜଣେ ମହିଳା ଜୋତାରେ ମାରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି ଯେ ଡ଼େଲିଭରି ବୟ ଏକ ଅର୍ଡର ଦେବାକୁ ଯାଉଥିଲେ ଏହି ସମୟରେ ଘଟଣାଟି ଘଟିଛି। ଭାଇରାଲ ହେବାରେ ଲାଗିଛି । ଏକ ଅର୍ଡର ଡେଲିଭରୀ ଦେବାକୁ ଯାଉଥିବା ବେଳେ ଜୋମାଟୋ ବୟଙ୍କ ସହ ଏମିତି ଘଟିଥିବା ଜଣାଯାଇଛି । ତେବେ ଏହି ଭିଡିଓ ଦେଖିବା ପରେ ଲୋକମାନେ ମହିଳାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ତେବେ ସବୁଠୁ ବଡ ଆଶ୍ଚର୍ଯ୍ୟର ଘଟଣା ହେଉଛି ଜୋମାଟୋ ବୟ ଜଣକ ସବୁ ମାଡକୁ ଚୁପଚାପ ସହି ଯାଇଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଅଗଷ୍ଟ ୧୬ ର ବୋଲି କୁହାଯାଉଛି। ଏହି ଭିଡିଓ ଟ୍ୱିଟରରେ ଡିଜେ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା ପୋଷ୍ଟ କରାଯାଇଛି ଓ କ୍ୟାପସନ୍ ରେ ଲେଖାଯାଇଛି । ଡେଲିଭରୀ ବୟ ତାଙ୍କ ଅର୍ଡର ନେଇ ଯାଉଥିବା ସେ ଦାବି କରିଛନ୍ତି ଏବଂ କ୍ଲିପ ଅନ୍ୟ ଜଣେ ବ୍ୟକ୍ତି ରେକର୍ଡ କରୁଥିବା ସେ ପ୍ରକାଶ କରିଛନ୍ତି । ତେବେ ଏହି ଭିଡିଓ ସହ ସେ କ୍ୟାପ୍ସନରେ ଲେଖିଛନ୍ତି, ଜଣେ ମହିଳା ଡେଲିଭରୀ ବୟଙ୍କ ପାଖରୁ ଅର୍ଡର ନେଇ ତାଙ୍କୁ ଜୋତାରେ ମାରିଥିଲେ । ତେବେ ଡେଲିଭରୀ ବୟଙ୍କୁ ନିଜ ଚାକିରି ହରାଇବାର ଭୟ ଥିଲା ବୋଲି ସେ ଜଣାଇଛନ୍ତି ।

ପରେ ଡ଼େଲିଭରି ବୟ ଜଣଙ୍କ ସେହି ୟୁଜର୍ସଙ୍କ ପାଖକୁ ଆସିଲେ ଆଉ କାନ୍ଦି କାନ୍ଦି ଚାକିରି ଚାଲିଯିବା ଉପରେ ମଧ୍ୟ ଚିନ୍ତା କରୁଥିଲେ । ଘଟଣାଟି ଘଟିଥିବା ସ୍ଥାନ ବିଷୟରେ ଉଲ୍ଲେଖ କରିନାହାଁନ୍ତି। ମହିଳା ଜଣକ ତାଙ୍କୁ କାହିଁକି ଏପରି ବ୍ୟବହାର କରୁଛନ୍ତି ବୋଲି ସେ ଜାଣିବାକୁ ମଧ୍ୟ ଚେଷ୍ଟା କରିଥିଲେ। ତେବେ ଏହା ଜଣା ପଡି ନାହିଁ। ଏହି ଭିଡିଓରେ ଲୋକମାନେ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ତେବେ ଅନ୍ୟ ଜଣେ ୟୁଜର ଜୋମାଟୋ କଷ୍ଟମର କେୟାରକୁ ଫୋନ କରି ଘଟଣାର କାରଣ ଜାଣିବାକୁ ଚେଷ୍ଟା କରିଥିବା ଲେଖିଛନ୍ତି । ତେବେ ଏହାର କାରଣ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.