ସାବାଡ ହେବେ ଅମାନିଆ, ଟ୍ରାଫିକରେ ରେଡ୍ ଲାଇଟ୍ ଟପିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଏବେ ସାବାଡ ହେବେ ଅମାନିଆ ଡ୍ରାଇଭର । ରାଜଧାନରେ ଦୁର୍ଘଟଣା ରୋକିବାକୁ ଅନେକ ସମୟରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଉଛି । ଟ୍ରାଫିକ୍ ପୋଷ୍ଟରେ ରେଡ୍ ଲାଇଟ୍ ଜଳିବା ପରେ ନିୟମ ଭାଙ୍ଗି ଗଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

ଭୁବନେଶ୍ୱର (କେନ୍ୟୁଜ): ଏବେ ସାବାଡ ହେବେ ଅମାନିଆ ଡ୍ରାଇଭର । ରାଜଧାନରେ ଦୁର୍ଘଟଣା ରୋକିବାକୁ ଅନେକ ସମୟରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଉଛି । ଏହି କ୍ରମରେ ଆଉ ଏକ ପଦକ୍ଷେପ ନେଇଛି କମିଶନରେଟ୍‌ ପୋଲିସ୍‌ । ଟ୍ରାଫିକ୍ ପୋଷ୍ଟରେ ରେଡ୍ ଲାଇଟ୍ ଜଳିବା ପରେ ନିୟମ ଭାଙ୍ଗି ଗଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ମୋଟା ଅଙ୍କର ଫାଇନ ଆଦାୟ ସହ ଗାଡ଼ି ଓ ଡ୍ରାଇଭିଂ ଲାଇସେନ୍ସ ଜବତ କରି କୋର୍ଟ ଚାଲାଣ କରିବ ପୋଲିସ । ଅମାନିଆ ଚାଳକଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡ଼ିପାରେ । ଏହାକୁ ନେଇ ଚେତେଇ ଦେଇଛି କମିଶନରେଟ୍‌ ପୋଲିସ । କାରଣ ଟ୍ରାଫିକ ଅମାନିଆଙ୍କ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ଅକାଳରେ ଜୀବନ ଯାଉଛି ।

ଏନେଇ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସତର୍କ କରାଯାଇଛି । ବିଭିନ୍ନ ଛକରେ ଲାଗିଥିବା ଟ୍ରାଫିକ ସିଗ୍ନାଲରେ ଅରେଞ୍ଜ୍, ରେଡ୍ ଏବଂ ଗ୍ରୀନ ସିଗ୍ନାଲ ଉପରେ ସଚେତନ କରାଯିବା ସହ ନିୟମ ଉଲଘଂନକାରୀଙ୍କ ଉପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ମଦ ପିଇ ଗାଡ଼ି ଚଲାଉଥିଲେ, ରଙ୍ଗ ରୁଟରେ ଗାଡ଼ି ଚଳାଇଲେ ଏବଂ ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଶେଷ କରି ଟ୍ରାଫିକ ନିୟମକୁ ବେଖାତିର୍ କରିବା ଯୋଗୁଁ ଘଟୁଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରୋକିବା ପାଇଁ ଏଭଳି କଡ଼ା ପଦକ୍ଷେପ ନିଆଯାଉଥିବା କହିଛନ୍ତି ଟ୍ରାଫିକ ଡିସିପି ପିକେ ରାଉତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.