Below header

କେଉଁଠି ରହିଲା ସମସ୍ୟା ? ତଦନ୍ତ କରି ୧୨ ତାରିଖ ସୁଦ୍ଧା ରିପାର୍ଟ ଦେବ କମିଟି

ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଘଟଣା ପରେ ଜଣେ ଠିକା ଇଲେକ୍ଟ୍ରିସିଆନ୍‌ ସସପେଣ୍ଡ ହୋଇଛନ୍ତି । ତଦନ୍ତ କରୁଛନ୍ତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୩ ଜଣିଆ କମିଟି । ଆସନ୍ତା ୧୨ ତାରିଖ ସୁଦ୍ଧା କମିଟି ରିପୋର୍ଟ ଦେବ । ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି ।

କେନ୍ୟୁଜ୍‌(ବ୍ୟୁରୋ): ମହାମହିମଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତର ଶେଷ ଦିନରେ କେମିତି ହେଲା ମହାବିଭ୍ରାଟ ? ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୀକ୍ଷାନ୍ତ ଭାଷଣ ବେଳେ କେଉଁ ପରିସ୍ଥିତିରେ ଅଡିଟୋରିୟମରେ ଚାଲିଗଲା ବିଜୁଳି ? କେଉଁଠି ରହିଲା ସମସ୍ୟା ? ତ୍ରୁଟି ନେଇ ତନାଘନା ତଦନ୍ତ ଚାଲିଛି । ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଘଟଣା ପରେ ଜଣେ ଠିକା ଇଲେକ୍ଟ୍ରିସିଆନ୍‌ ସସପେଣ୍ଡ ହୋଇଛନ୍ତି । ତଦନ୍ତ କରୁଛନ୍ତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୩ ଜଣିଆ କମିଟି । ଆସନ୍ତା ୧୨ ତାରିଖ ସୁଦ୍ଧା କମିଟି ରିପୋର୍ଟ ଦେବ । ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ କୁଳପତି କହିଛନ୍ତି ।

ଗତକାଲି ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ବେଳେ ହଠାତ୍‌ ଲାଇଟ୍‌ କଟି ଯାଇଥିଲା । ଅନ୍ଧାରରେ ୯ ମିନିଟ୍‌ ଅଭିଭାଷଣ ରଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେତେବେଳେ ହଲ୍‌ରେ କିନ୍ତୁ ଏସି ଓ ସାଉଣ୍ଡ ସିଷ୍ଟମ ଠିକ୍‌ ଚାଲିଥିଲା । ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ଵାର ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିକ୍ଟ ଲିମିଟେଡ୍‌ ବା TPNODL କହିଛି, ଇଣ୍ଟରନାଲ େଓ୍ଵୟାରିଂ ଯୋଗୁଁ ସମସ୍ୟା ଦେଖାଦେଇଥିଲା । ଯଦି ପୂରା ଜେନେରେଟରରେ କାର୍ଯ୍ୟକ୍ରମ ଚାଲୁଥିଲା ହଲ୍‌ ଭିତରେ ଲାଇଟ୍‌ ବନ୍ଦ ହୋଇଗଲା କେମିତି ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.