ଆଜି ଦୁଲୁକିବ ମୈଦାନ, ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ୍ ମାଗିବେ । ଅପରାହ୍ଣ ସାଢ଼େ ୪ଟାରେ ଅମଲିପାଲିଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ନବୀନ ପଟ୍ଟନାୟକ । ସୁପ୍ରିମୋଙ୍କ ପ୍ରଚାର ବିଜେଡି ଶିବିରରେ ଜୋସ୍ ଭରିବ ।ଉତ୍ସାହିତ ଅଛନ୍ତି ଦଳୀୟ ନେତା ଓ କର୍ମୀ । ନବୀନଙ୍କୁ ଅପେକ୍ଷା କରି ରହିଛନ୍ତି ।
କେନ୍ୟୁଜ୍(ବ୍ୟୁରୋ): ଅନ୍ତିମ ପର୍ଯ୍ୟାୟରେ ଝାରସୁଗୁଡ଼ାରେ ପ୍ରଚାର ଲଢ଼େଇ । ଆଜି ଦୁଲୁକିବ ମୈଦାନ । ହାଇଭୋଲଟେଜ୍ ପ୍ରଚାର ଦେଖିବାକୁ ମିଳିବ । ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡିର ଷ୍ଟାର ପ୍ରଚାରକ ତଥା ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଭୋଟ୍ ମାଗିବେ । ଅପରାହ୍ଣ ସାଢ଼େ ୪ଟାରେ ଅମଲିପାଲିଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ନବୀନ ପଟ୍ଟନାୟକ । ସୁପ୍ରିମୋଙ୍କ ପ୍ରଚାର ବିଜେଡି ଶିବିରରେ ଜୋସ୍ ଭରିବ ।
ଉତ୍ସାହିତ ଅଛନ୍ତି ଦଳୀୟ ନେତା ଓ କର୍ମୀ । ନବୀନଙ୍କୁ ଅପେକ୍ଷା କରି ରହିଛନ୍ତି । ଉପନିର୍ବାଚନରେ କେବଳ ବିଜୟ ନୁହେଁ, ବଡ଼ ମାର୍ଜିନରେ ଜିତିବାକୁ ଲକ୍ଷ୍ୟ ରଖିଛି ବିଜେଡି । ଦୀପାଳି ଲକ୍ଷେ ଭୋଟରେ ବିଜୟୀ ହେବେ ବୋଲି ଦଳୀୟ ନେତା ଦମ୍ଭୋକ୍ତି ଦେଖାଇଛନ୍ତି । ପୂର୍ବରୁ ପଦ୍ମପୁର ଉପନିର୍ବାଚନରେ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ୍ ମାଗିଥିଲେ ନୀବନ ପଟ୍ଟନାୟକ । ବର୍ଷା ୪୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ବିଜେଡି ସରଗରମ ପ୍ରଚାର କରୁଛି । ହେଭିେଓ୍ଵଟଙ୍କ ଗହଣରେ ଦୀପାଳି ଦାସ ଭୋଟ୍ଭିକ୍ଷା କରୁଛନ୍ତି । .