ଆଖିବୁଜିଲା ଆଉ ଜଣେ ନାବାଳିକା ଗର୍ଭବତୀ, ରକ୍ତହିନତା ଯୋଗୁ ମୃତ୍ୟୁ ଅଭିଯୋଗ
ନାବାଳିକା ଜଣକ ଗର୍ଭବତୀ ହେବା ସହ ତାଙ୍କର କେବଳ ୨ ପଏଣ୍ଟ ହିମଗ୍ଲୋବିନ ଥିବାରୁ ତାଙ୍କୁ ରକ୍ତ ଚଢାଗଲା । ଡାକ୍ତରଙ୍କ ଅନେକ ଚେଷ୍ଟା ସତ୍ତ୍ୱେ ବଞ୍ଚି ପାରିଲିନି ଜୀବନ । ମୃତ ନାବାଳିକାଙ୍କ ପରିବାର ବର୍ଗ ନାବାଳିକାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛର କାରଣ ଜାଣି ନାହାନ୍ତି ।

ଗଜପତି(କେନ୍ୟୁଜ୍): ରକ୍ତହିନତା ଯୋଗୁ ଗର୍ଭବତୀ ନାବାଳିକାର ମୃତ୍ୟୁ ଅଭିଯୋଗ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରୁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ସମଗ୍ର ଜିଲ୍ଲାକୁ ଦୋହଲାଇ ଦେଇଛି । ମୃତ ନାବାଳିକା ଜଣଙ୍କ ରାମଗିରି ଥାନା ସାନସୋଡା ଗାଁର । ଏପ୍ରିଲ ୨୨ ତାରିଖରେ ରାୟଗଡ ଥାନା ଝିରଝିରା କନ୍ୟାଶ୍ରମରୁ ଅଷ୍ଟମ ଶ୍ରେଣୀ ପରୀକ୍ଷା ଦେଇ ଖରା ଛୁଟିରେ ଘରକୁ ଆସିଥିଲେ । ଖେଳୁ ଖେଳୁ ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ପ୍ରଥମେ ରାୟଗଡ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପରେ ପାରଳାଖେମୁଣ୍ଡି ଜିଲ୍ଲା ମୂଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ନାବାଳିକା ଜଣକ ଗର୍ଭବତୀ ହେବା ସହ ତାଙ୍କର କେବଳ ୨ ପଏଣ୍ଟ ହିମଗ୍ଲୋବିନ ଥିବାରୁ ତାଙ୍କୁ ରକ୍ତ ଚଢାଗଲା । ଡାକ୍ତରଙ୍କ ଅନେକ ଚେଷ୍ଟା ସତ୍ତ୍ୱେ ବଞ୍ଚି ପାରିଲିନି ଜୀବନ । ମୃତ ନାବାଳିକାଙ୍କ ପରିବାର ବର୍ଗ ନାବାଳିକାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛର କାରଣ ଜାଣି ନାହାନ୍ତି । ତାଙ୍କ ସହ ଆସିଥିବା ଆଶା ଓ ଚିକିତ୍ସାକେନ୍ଦ୍ର ସୁପରିଟେଣ୍ଡେଡ ନାବାଳିକା ଗର୍ଭବତୀ ଥିବା ସ୍ପଷ୍ଟ କରିଛନ୍ତି । ତେବେ ତାଙ୍କର ଏମିତି ଅବସ୍ଥା ପାଇଁ ଦାୟୀ ? ଏକ ମାମଲା ରୁଜୁ କରି ଖୋଳତାଡ କରୁଛି ରାୟଗଡ ପୋଲିସ ।