Below header

ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ଘନୀଭୂତ ହୋଇ ୯ରେ ହେବ ଅବପାତ

ସାମୁଦ୍ରିକ ଝଡ଼ର ନାଁ ରହିବ 'ମୋଖା' । ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ଆଇଏମଡି ପକ୍ଷରୁ କିଛି ଆକଳନ କରାଯାଇନାହିଁ । ଏଯାଏ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ଦିଆଯାଇ ନାହିଁ ।

କେନ୍ୟୁଜ୍‌(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆସନ୍ତାକାଲି ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ହୋଇପାରେ । ପରେ ଘନୀଭୂତ ହେବ । ୯ରେ ହେବ ଲଘୁଚାପ ନେଇପାରେ ଅବପାତର ରୂପ । ଏହାପରେ ଡିପ୍ରେସନ୍‌ ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଗତି କରିବ । ସେଠାରେ ସୃଷ୍ଟି ହୋଇପାରେ ବାତ୍ୟା । ସାମୁଦ୍ରିକ ଝଡ଼ର ନାଁ ରହିବ ‘ମୋଖା’ । ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ଆଇଏମଡି ପକ୍ଷରୁ କିଛି ଆକଳନ କରାଯାଇନାହିଁ । ଏଯାଏ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ଦିଆଯାଇ ନାହିଁ । ଦକ୍ଷିଣପୂର୍ବ ବଙ୍ଗୋପସାଗର, ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ଆଜିଠାରୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.