ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି କମ୍ ସଂଖ୍ଯକ ପକ୍ଷୀ, ପ୍ରଜାତି ସଂଖ୍ୟ ବି କମିଛି

ଟାଙ୍ଗୀ(କେନ୍ଯୁଜ୍): ଚିଲିକାକୁ ଚଳିତ ବର୍ଷ ଗତ ବର୍ଷ ଅପେକ୍ଷା କମ ପକ୍ଷୀ ଆସିଛନ୍ତି । ଚଳିତ ବର୍ଷ ୧୦ ଲକ୍ଷ ୭୪ ହଜାର ୧୭୩ଟି ପକ୍ଷୀ ଚିଲିକାକୁ ଆସିଥିଲେ। ଗତ ବର୍ଷ ଏ ସଂଖ୍ୟା ଥିଲା ୧୨ ଲକ୍ଷ ୪୨ ହଜାର ୮୨୬। ସେହିପରି ପ୍ରଜାତି ସଂଖ୍ୟ ବି କମିଛି। ଚଳିତ ବର୍ଷ ୧୮୩ଟି ପ୍ରଜାତୀର ପକ୍ଷୀ ଆସିଥିବା ବେଳେ ଗତ ବର୍ଷ ଆସିଥିଲେ ୧୯୦ଟି ପ୍ରଜାତିର ପକ୍ଷୀ। ଚଳିତ ବର୍ଷ ଚିଲିକାକୁ ୧୦୭ଟି ପ୍ରଜାତିର ୧୦ ଲକ୍ଷ ୩୬ ହଜାର ୨୨୦ଟି ବିଦେଶୀ ପକ୍ଷୀ ଆସିଥିବା ବେଳେ ସ୍ଥାନୀୟ ୬୬ଟି ପ୍ରଜାତିର ୩୭ ହଜାର ୯୫୩ଟି ପକ୍ଷୀ ଆସିଥିଲେ ଚିଲିକାକୁ।

ବିଦେଶାଗତ ପକ୍ଷୀ ସଂଖ୍ୟାରେ ଏଥର ଏକ ଲକ୍ଷ ୬୮ ହଜାର ହ୍ରାସ ପାଇଛି। ନଳବଣରେ କେବଳ ୯୭ ପ୍ରଜାତିର ୩ ଲକ୍ଷ ୫୮ ହଜାର ୮୮୯ଟି ପକ୍ଷୀଙ୍କ ଆଗମନ ହୋଇଛି । ନଳବଣରେ ଚଳିତ ବର୍ଷ ଗୋଟିଏ ନୂଆ ପ୍ରଜାତିର ପକ୍ଷୀ ମଙ୍ଗୋଲୟୋଡଗଲ ଦେଖାଯାଇଛି ।