ସାବଧାନ! Google Chromeରେ ସେଭ୍ ରଖୁଛନ୍ତି କି ଲଗଇନ୍-ପାସୱାର୍ଡ୍? ହୋଇପାରେ ହ୍ୟାକ୍

ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ଯେଉଁମାନେ ଗୁଗୁଲ୍ କ୍ରୋମ୍ କିମ୍ବା ମାଇକ୍ରୋସଫ୍ଟ ଏଜ୍ ପରି ବ୍ରାଉଜରରେ ସେମାନଙ୍କର ଲଗଇନ୍ ପାସୱାର୍ଡ ସେଭ୍ କରି ରଖୁଛନ୍ତି ? ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ। କିଛି ଆଇଟି ରିସର୍ଚ୍ଚର୍ ଇଣ୍ଟରନେଟ୍ ୟୁଜର୍ସ ଓ ଖଶସ୍ କରି ଯେଉଁ ମାନେ ୱର୍କ ଫ୍ରମ୍ ହୋମ୍ କରୁଛନ୍ତି ସେମାନଙ୍କୁ ସତର୍କବାଣୀ ଜାରି କରି କହିଛନ୍ତି ଯେ, ବ୍ରାଉଜର୍ ରେ ପାସୱାର୍ଡ ଆଦି ସେଭ୍ କରି ରଖିବା ଆପଣ ମାନଙ୍କୁ ଭାରି ପଡ଼ିପାରେ । କୌଣସି ମୁହୂର୍ତ୍ତରେ ବି ଆପଣଙ୍କ ଆକାଉଣ୍ଟ୍ କୁ ହ୍ୟାକର୍ ମାନେ ହ୍ୟାକ୍ କରିପାରନ୍ତି । ନିକଟରେ ହିଁ ଗୋଟିଏ କମ୍ପାନୀର ଡାଟା ଲିକ୍ ହୋଇଯାଇଥିଲା ।
ସିକ୍ୟୁରିଟି ଏକ୍ସପର୍ଟ AhnLab ମୁତାବକ, ଏହି କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀ ୱର୍କ ଫ୍ରମ୍ ହୋମ୍ କରୁଥିଲେ । ସେ କାମ କରିବା ପାଇଁ ଏପରି ଡିଭାଇଜ୍ ର ବ୍ୟବହାର କରୁଥିଲେ ଯାହାକୁ ଅନ୍ୟ ମାନେ ମଧ୍ୟ ବ୍ୟବହାର କରନ୍ତି । ହେଲେ ଜାଣି ନଥିଲେ ଯେ, ଡିଭାଇସ୍ ରେ ରେଡଲାଇନ୍ ଷ୍ଟିଲର୍ ନାମକ ଏକ ମାଲୱେର୍ ରହିଛି । ତେବେ ଏହି ମାଲୱେର୍ କମ୍ପାନୀର ଭିପିଏନ୍ ପର୍ଯ୍ୟନ୍ତ ପହଞ୍ଚି ସମ୍ବେଦନଶୀଳ ଆକାଉଣ୍ଟର ଡିଟେଲ୍ସ ପାଓୱାର୍ଡ ଚୋରେଇଥାଏ । ହ୍ୟାକର୍ ମାନେ ଏହି ଡିଟେଲ୍ସ ସାହାଯ୍ୟରେ କମ୍ପାନୀର ପ୍ରାଇଭେଟ୍ ଡାଟାକୁ ନିଜ କାମରେ ଲଗାଇଥାନ୍ତି ।
ସବୁଠାରୁ ବିପଦଜନକ କଥା ହେଉଛି ଏହା କୌଣସି ଆଣ୍ଟିଭାଇରସ୍ ସଫ୍ଟୱେର୍ ଇନଷ୍ଟଲ୍ କରିଲେ ମଧ୍ୟ କମ୍ପ୍ୟୁଟର୍ ଓ ଲାପଟପ୍ ରେ ପ୍ରବେଶ କରିଥାଏ । ତେଣୁ ଏହି ମାଲୱେର୍ ଠାରୁ ବର୍ତ୍ତିବା ପାଇଁ ସବୁବେଳେ ଅଫିସିଆଲ୍ ଆପ୍ ର ବ୍ୟବହାର କରନ୍ତୁ । କାରଣ ପ୍ଲେ ଷ୍ଟୋର୍ ରେ ଅନେକ ପ୍ରକାର ଆପ୍ ରହିଛି ଯେଉଁଥିରେ ମାଲୱେର୍ ରହିଥାଏ । କୌଣସି ଆପ୍ ଡାଉନଲୋଡ଼୍ କରିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରି କରିବା ଉଚିତ୍ ।
କିପରି ପାଇବେ ରକ୍ଷା ?
ଏହି ପ୍ରକାରର ସମସ୍ୟାକୁ ଏଡ଼ାଇବା ପାଇଁ, ସାଧାରଣ ବ୍ୟବହାରକାରୀମାନେ ମନେରଖିବା ଉଚିତ୍ ଯେ ସେମାନେ ସର୍ବଦା କେବଳ ସରକାରୀ ଆପ୍ସ ବ୍ୟବହାର କରିବା ଉଚିତ୍ ।ସେ ତାଙ୍କର ସରକାରୀ କାର୍ଯ୍ୟ ପାଇଁ ଏପରି କୌଣସି ଡିଭାଇସ ବ୍ୟବହାର କରିବା ଉଚିତ୍ ନୁହେଁ, ଯାହା ଅନ୍ୟ ଲୋକମାନେ ମଧ୍ୟ ବ୍ୟବହାର କରୁଛନ୍ତି ।
ଅନେକ ଥର ଏହିପରି ଆପ୍ ପ୍ଲେ ଷ୍ଟୋରରେ ମଧ୍ୟ ମିଳିଥାଏ, ଯେଉଁଥିରେ ମାଲୱେର୍ ଲୁଚି ରହିଥାଏ।
ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ଉପଭୋକ୍ତାମାନେ ଅତିରିକ୍ତ ଯତ୍ନ ନେବା ଏବଂ ବ୍ୟାଗ ଗ୍ରାଉଣ୍ଡ ଯାଞ୍ଚ କରିବା ଉଚିତ୍।