ଭାରସ୍ୟାମ ହରାଇ ୭୦ଫୁଟ୍ ତଳକୁ ଖସିଲା ଏକ କାର୍, ଦୁର୍ଘଟଣାରେ ୩ମୃତ

ବାଲିଗୁଡ଼ା(କେନ୍ଯୁଜ୍): କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ କରଡାଘାଟିରେ ଭାରସ୍ୟାମ ହରାଇ ୭୦ଫୁଟ୍ ତଳକୁ ଖସିଲା ଏକ କାର୍। ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଗୁରୁତର ଅଛନ୍ତି। ମୃତକମାନେ ହେଲେ ସୁଗଡ଼ବାଡ଼ି ଗାଁରଙ୍କ ଜର୍ଜ ଦିଗାଳଙ୍କ ପୁଅ ମସିନ ଦିଗାଳ, ଭାଲିଆପଡ଼ା ଗାଁର ମୁନା ପରିଛାଙ୍କ ପୁଅ ଓ ଲୀଉଦାସ ପରିଛା ଓ କେରୁବାଡ଼ିର ସାଖିଲ ପରିଛା।

ଘଟଣାସ୍ଥଳରେ ମୃତ୍ଯୁବରଣ କରିଥିବା ୨ଜଣ ହେଲେ ଲିୟସ ପରିଛା , ପବନ ଦିଗାଲ । ସକିଲ ଦିଗାଲକୁ ଫୁଲବାଣୀ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଅଧା ରାସ୍ତାରେ ଜି ଉଦୟଗିରି ନିକଟରେ ତାଙ୍କର ମୃତ୍ୟୁବରଣ କରିଥିଲେ ।

ସୂଚନା ଥାଉକି, ରାଇକିଆ ଅଞ୍ଚଳର ୧୦ ଜଣ ଯୁବକ ସୋରଡ଼ା ଅଞ୍ଚଳକୁ ଏକ ଭୋଜିରେ ଯୋଗଦେବା ପାଇଁ ବାହାରିଥିଲେ। ଆଜି ଅପରାହ୍‌ଣ ପ୍ରାୟ ୩ଟାରେ ସେମାନଙ୍କର ଗାଡ଼ି (ଓଆର୧୯କେ୫୬୫୧) କରଡ଼ାଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚାଳକ ଭାରସାମ୍ୟ ହରାଇବାରୁ ଘଟଣାସ୍ଥଳରୁ ପ୍ରାୟ ୭୦ ଫୁଟ ତଳକୁ କାର୍‌ଟି ଖସିପଡ଼ିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.