Below header

ପୃଥ୍ଵୀବଲ୍ଲଭଙ୍କୁ ନେଇ ନୂଆ ଟ୍ଵିଷ୍ଟ : ନିରଞ୍ଜନ କହିଲେ, ନିର୍ବାଚନ ଲଢ଼ିବାକୁ ପ଼ୃଥ୍ଵୀ ଆଗ୍ରହୀ ନୁହନ୍ତି

ପୃଥ୍ଵୀବଲ୍ଲଭ ପଟ୍ଟନାୟକଙ୍କୁ ନେଇ ନୂଆ ଟ୍ଵିଷ୍ଟ। ଟିକେଟ ମିଳିଲେ ଚେଷ୍ଟା କରିବେ ବୋଲି କହିଥିଲେ ପୃଥ୍ଵୀବଲ୍ଲଭ। ପିସିସି ସଭାପତି କିନ୍ତୁ କହିଛନ୍ତି, ସେ ନିର୍ବାଚନ ଲଢିବାକୁ ଆଗ୍ରହୀ ନୁହନ୍ତି। ସେପଟେ ଦଳ ୧୫ଟି ଲୋକସଭା ଓ ୧୦୫ ବିଧାନସଭା ଲାଗି ପ୍ରାର୍ଥୀ ଚୂଡ଼ାନ୍ତ କରିଥିବା ସୂଚନା ମିଳିଛି। କିନ୍ତୁ ଅଧିକ ସଂଖ୍ୟକ ମହିଳା ପ୍ରାର୍ଥୀ ଦେବାକୁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ୧୬ ତାରିଖରେ ସ୍କ୍ରିନିଂ କମିଟି ବୈଠକ ପୂର୍ବରୁ ଦଳ ଉପଯୁକ୍ତ ମହିଳା ପ୍ରାର୍ଥୀ ଖୋଜିବ।

congress 2

ବେଗୁନିଆ ନେଇ ଆଶା ରଖିଛନ୍ତି ପୃଥ୍ଵୀବଲ୍ଲଭ। ଟିକଟ ମିଳିଲେ ଚେଷ୍ଟା କରିବେ। କିନ୍ତୁ ଏ କଥାରେ ଆଜି ଟ୍ଵିଷ୍ଟ ଆସିଛି। ପିସିସି ସଭାପତି କହିଛନ୍ତି, ପୃଥ୍ଵୀ ବ୍ୟକ୍ତିଗତ ଭାବେ ତାଙ୍କୁ କହିଛନ୍ତି ସେ ନିର୍ବାଚନ ଲଢିବା ନେଇ ଆଗ୍ରହୀ ନୁହଁନ୍ତି।

ସେପଟେ କଂଗ୍ରେସରେ ୧୫ଟି ଲୋକସଭା ସହ ୧୦୫ଟି ବିଧାନସଭା ପାଇଁ ପ୍ରାର୍ଥୀ ପ୍ରାୟ ଚୂଡ଼ାନ୍ତ ହୋଇଛି। ସେପଟେ ପ୍ରାର୍ଥୀ ପ୍ରସଙ୍ଗରେ ଦଳକୁ ଆହୁରୀ କସରତ କରିବାକୁ ପଡିବ। ଯେଉଁ ନା କେନ୍ଦ୍ରୀୟ ସ୍କ୍ରିନିଂ କମିଟିକୁ ପଠାଯାଇ ଥିଲା, ସେଥିରେ ଅଧିକ ସଂଖ୍ୟକ ମହିଳାଙ୍କୁ ସାମିଲ କରିବାକୁ କୁହାଯାଇଛି। ଦୁଇ ଦିନ ଭିତରେ ଦଳ ତାହା ଚୂଡ଼ାନ୍ତ କରିବ। ଆସନ୍ତା ୧୬ରେ ସ୍କ୍ରିନିଂ କମିଟି ବୈଠକ ରହିଛି। ରାହୁଲ ଗାନ୍ଧି ଆସନ୍ତା ୧୮ ତାରିଖରେ ବରଗଡ଼ ଗସ୍ତ କାର‌୍ୟ୍ୟକ୍ରମ ରହିଛି। ତା ପୂର୍ବରୁ ଦଳ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ଲକ୍ଷ୍ୟରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.