Below header

ନିର୍ବାଚନ ସଭା ଓ ଶୋଭାଯାତ୍ରା ନେଇ ପୋଲିସକୁ ଆଗୁଆ ଜଣାଇବେ ରାଜନୈତିକ ଦଳ ଓ ପ୍ରାର୍ଥୀ

ଭୁବନେଶ୍ବର (କେନ୍ୟୁଜ୍) : ସାଧାରଣ ନିର୍ବାଚନରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କୁ କମିଶନରେଟ ପୋଲିସର ଆଡଭାଇଜରୀ । କ’ଣ କରିବେ ଓ କ’ଣ କରିବେ ନାହିଁ। ଓଡ଼ିଶା ଅର୍ବାନ ପୋଲିସ ଆକ୍ଟକୁ ପ୍ରାର୍ଥୀମାନେ ଅନୁସରଣ କରିବାକୁ କହିଛି କମିଶନରେଟ ପୋଲିସ। ଲାଇସେନ୍ସପ୍ରାପ୍ତ ବନ୍ଧୁକଗୁଡିକୁ ଶୀଘ୍ର ପୋଲିସ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।

ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ପାଇଁ କମିଶନରେଟ ପୋଲିସର ଆଡଭାଇଜରୀ। ସଭାସ୍ଥଳ ଓ ଶୋଭାଯାତ୍ରା ପାଇଁ ଆଗୁଆ ଅନୁମତି ନେବାକୁ ହେବ। କାର‌୍ୟ୍ୟକ୍ରମର ସ୍ଥାନ ଓ ସମୟ ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ। ପୋଲିସର ନିର୍ଦ୍ଦେଶ ଅନୁସାରେ ରାଜନୈତିକ ଦଳ ଶୋଭାଯାତ୍ରା କରିବେ। ରୋଡ୍ ସୋ ବେଳେ ୧୦ରୁ ଅଧିକ ଗାଡ଼ି ଏକାସଙ୍ଗରେ ଯାଇ ପାରିବେ ନାହିଁ। ଅଧିକ ଗାଡ଼ି ଥିଲେ, ୧୦୦ମିଟର ଦୂରତାରେ ରଖିବାକୁ ପଡିବ। ରୋଡ୍ ସୋ ବେଳେ ରାସ୍ତାର ଆଧାରୁ ଅଧିକ ଅକ୍ତିଆର କରି ପାରିବେ ନାହିଁ କୌଣସି ପ୍ରାର୍ଥୀ। ନୋ ହର୍ଣ୍ଣ ଜୋନ୍ରେ ଏସବୁ ନିଷେଧ ରହିଛି। ଆଇନ୍ ଉଲ୍ଲଂଘନ କଲେ ଦୃଢ଼ କାଯ୍ୟର୍ାନୁଷ୍ଠାନ ନିଆଯିବ।

police

ଲାଇସେନ୍ସପ୍ରାପ୍ତ ବନ୍ଧୁକଗୁଡିକୁ ଶୀଘ୍ର ପୋଲିସରେ ଜିମା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କାହା ଜୀବନ ପ୍ରତି ବିପଦ ଥିଲେ, ପୋଲିସକୁ ଅବଗତ କରାଇବେ ସହ ଅନୁମତି ନେଇ ବନ୍ଧୁକ ରଖିୁପାରିବେ। ନିର୍ବାଚନ ପାଇଁ ଟୁଇନ୍ ସିଟିରେ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି କମିଶନରେଟ ପୋଲିସ। ଗତ ମାସେ ଭିତରେ ୬୮୪ ଜଣଙ୍କ ନାଁରେ ଜାରି ହୋଇଛି ଜାମିନ ବିହୀନ ଗିରଫ ପରଓ୍ଵାନା। ୧୦ ଟି ବନ୍ଧୁକ ଜବତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.