Below header

କୋଟଲାରେ କଙ୍ଗାରୁ ଦେଲ ମାତ୍‌ : ଖରାପ ଖେଳି ହାରିଲା ଟିମ୍‌ ଇଣ୍ଡିଆ, ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ ବିଜୟୀ

ନୂଆଦିଲ୍ଲୀ : ବିଶ୍ୱ କପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା । ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ଭାରତ ୩୫ ରନ୍‌ରେ ହାରି ସିରିଜ୍‌ ହାତଛଡ଼ା କରିଛି ।
ଭାରତୀୟ ବ୍ୟାଟଟ୍ସମ୍ୟାନ୍‌ଙ୍କ ଖରାପ ବ୍ୟାଟିଂ ଏବଂ ଆଡାମ୍‌ ଜମ୍ପା ଓ କମିନ୍ସଙ୍କ ବଢ଼ିଆ ବୋଲିଂ ଦେଖିବାକୁ ମିଳିଲା ଶେଷ ଦିନିକିଆରେ । ଯେଉଁଥି ପାଇଁ ଅଷ୍ଟ୍ରେଲିଆ ଦଳ ପାଞ୍ଚ ମ୍ୟାଚ୍‌ ସିରିଜ୍‌କୁ ୩-୨ରେ ଜିତିବାକୁ ସମର୍ଥ ହୋଇଛି । ୨୭୩ ରନ୍‌ର ଟାର୍ଗେଟ୍‌କୁ ହାସଲ କରି ପାରିଲା ନାହିଁ ବିରାଟ ବାହିନୀ । ଠିକ୍‌ ୫୦ ଓଭରରେ ସବୁ ଓ୍ଵିକେଟ୍‌ ହରାଇ ୨୩୭ ରନ୍‌ କରି ପାରିଛି । ଆଉ ୨୦୦୯ ପରେ ନିଜ ମାଟିରେ ଦିନିକିଆ ସିରିଜ୍‌ ହାରିଲା କଙ୍ଗାରୁ ଦଳ ଠାରୁ । ସିରିଜ୍‌ରେ ପ୍ରଥମରୁ ୨-୦ରେ ପଛୁଆ ରହିବା ପରେ ଲଗାତର ଭାବେ ୩ଟି ଯାକ ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି ।

INDIA BATING-1
ଭୁବନେଶ୍ୱର କୁମାର

ମ୍ୟାଚ୍‌ ଓ ସିରିଜ୍‌ର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ଭଲ ବ୍ୟାଟିଂ କରିବ ବୋଲି ଆଶା କରାଯାଉଥିଲା । ଫିରୋଜଶାହ କୋଟଲା ଗ୍ରାଉଣ୍ଡରେ ୨୭୩ ରନ୍‌ ମଧ୍ୟ ଅଧିକ ବଡ଼ ଲକ୍ଷ୍ୟ ବୋଲି ଲାଗୁନଥିଲା । ହେଲେ ଦାୟିତ୍ୱହୀନ ବ୍ୟାଟିଂ କରି ପ୍ରମୁଖ ବ୍ୟାଟ୍‌ସମ୍ୟାନ୍‌ମାନେ ଓ୍ଵିକେଟ୍‌ ଦାନ କରି ଚାଲିଲେ । ଶେଷ ଭାଗ ବ୍ୟାଟ୍‌ସମ୍ୟାନ୍‌ ଲଢ଼େଇ କରିଥିଲେ ମଧ୍ୟ ଦଳର ସମ୍ମାନ ରକ୍ଷା କରିବାକୁ ତାହା ଯଥେଷ୍ଟ ହୋଇ ନଥିଲା । ଭୁବନେଶ୍ୱର କୁମାରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବେକାର ଯାଇଥିଲା । ସେ କେଦାର ଯାଦବଙ୍କ ସହ ମିଶି ସପ୍ତମ ଓ୍ଵିକେଟ୍‌ରେ ୯୧ ରନ୍‌ ସଂଗ୍ରହ କରିଥିଲେ । ହେଲେ ସବୁ କିଛି ବୃଥା ଯାଇଥିଲା । ଏହି ଯୋଡ଼ି ଭାଙ୍ଗିବା ପରେ ଭାରତର ଆଶା ଧୂଳିସାତ୍‌ ହୋଇଯାଇଥିଲା ।
ପୂର୍ବରୁ ଅଷ୍ଟ୍ରେଲିଆ ୯ ଓ୍ଵିକେଟ୍‌ରେ ୨୭୨ ରନ୍‌ କରିଥିଲା ।

ସ୍କୋର : ଅଷ୍ଟ୍ରେଲିଆ-୨୭୨/୯, ୫୦ ଓଭର (ଖ୍ଵାଜା ୧୦୦, ଫିଞ୍ଚ୍‌ ୨୭, ହ୍ୟାଣ୍ଡସ୍କମ୍ବ ୫୨, ଷ୍ଟୋଇନିସ୍‌ ୨୦, ଟର୍ଣ୍ଣର୍‌ ୨୦, ରିଚାର୍ଡ଼ସନ୍‌ ୨୯, କମିନ୍‌ସ ୧୫ । ଭୁବନେଶ୍ୱର କୁମାର ୩/୪୮, ସାମି ୨/୫୭, ଜାଡେଜା ୨/୪୫, କୁଲଦୀପ ଯାଦବ ୧/୭୪) ।
ଭାରତ : ୨୩୭ ଅଲଆଉଟ୍‌, ୫୦ ଓଭର (ରୋହିତ ୫୬, ଧବନ୍‌ ୧୨, କୋହଲି ୨୦, ପନ୍ତ ୧୬, ବିଜୟ ଶଙ୍କର ୧୬, କେଦାର ଯାଦବ ୪୪, ଜାଡେଜା ୦, ଭୁବନେଶ୍ୱର ୪୬ । କମିନ୍ସ ୧୦-୧-୩୮-୨, ରିଚାର୍ଡ଼ସନ୍‌ ୧୦-୦-୪୮୨, ଷ୍ଟୋଇନିସ୍‌ ୪-୦-୩୧-୨, ଜମ୍ପା ୧୦-୧-୪୬-୩) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.