କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଦିଆଯିବ କାରଣ ଦର୍ଶାଅ ନୋଟିସ୍‌: ପିସିସି ସଭାପତି

ଭୁବନେଶ୍ୱର(କେନ୍ୟୁଜ୍): କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଦିଆଯିବ କାରଣ ଦର୍ଶାଅ ନୋଟିସ୍‌ । ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ମୋକିମଙ୍କ କାର୍ଯ୍ୟ ସମ୍ପର୍କରେ ହାଇକମାଣ୍ଡଙ୍କୁ ଜଣାଇଛୁ । ଆମ ଭିତରେ କିଛି ମତଭେଦ ନଥିଲା । କଣ ପାଇଁ ମୋକିମ୍‌ ଏଭଳି କଲେ ବୋଲି ପ୍ରଶ୍ନ କରିଛନ୍ତି ଶରତ ପଟ୍ଟନାୟକ ।

ଅନ୍ୟପଟେ ସୁର ରାଉତରାୟ କହିଛନ୍ତି, ମୋକିମ୍‌ ଯାହା କଲେ ଠିକ୍‌ କଲେନି । ଦଳ ଆଗାଇବା ସମୟରେ ସେ ଏମିତି ଭୁଲ୍‌ କଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା କଥା ବୋଲି କହିଛନ୍ତି ସୁର । ଗତକାଲି ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଇଥିଲେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.