Below header

ମାଆ ପେଣ୍ଡ୍ରାଣୀଙ୍କ ଯାତ୍ରାରେ ମନସ୍କାମନା ପୂର୍ଣ୍ଣ ପାଇଁ ଯୋଗଦେଇଥିଲେ ଅନେକ ଶ୍ରଦ୍ଧାଳୁ

ପରମ୍ପରା ଭରା ଆମରାଜ୍ୟ ଓଡ଼ିଶାରେ ଥିବା ପ୍ରତ୍ୟେକଟି ସ୍ଥାନରେ ଭଗବାନଙ୍କର ଆସ୍ଥା ଓ ବିଶ୍ୱାସର ଝଲକ ଦେଖିବାକୁ ମିଳେ। ଭଗବାନଙ୍କୁ ନେଇ ଏଠାରି ରହିଛି ଅନେକ ପରମ୍ପରା। ଆଜି ଆମେ ରାଜ୍ୟର ଆଉ ଏକ ପରମ୍ପରା ସମ୍ପର୍କରେ ଜାଣନ୍ତୁ..

ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ମାଆ ପେଣ୍ଡ୍ରାଣୀ। ପ୍ରତ୍ୟେକ ବର୍ଷ ରଥଯାତ୍ରାର ଠିକ୍‌ ୧୬ ଦିନ ପରେ ଶ୍ରାବଣ ମାସରେ ମା’ଙ୍କ ଯାତ୍ରା ଅନୁଷ୍ଠିତ ହୁଏ । ନବରଙ୍ଗପୁର ଜିଲ୍ଲା ଉମରକୋଟ ର ଅଧିଷ୍ଠାତ୍ରୀ ଦେବୀ ମା ପେଣ୍ଡ୍ରାଣୀ। ଙ୍କ ଯାତ୍ରା । ଦୀର୍ଘ ଦୁଇ ବର୍ଷର ବ୍ଯବଧାନ ପରେ ଉମରକୋଟ ର ଅଧିଷ୍ଠାତ୍ରୀ ଦେବୀ ମା ପେଣ୍ଡ୍ରାଣୀ ଙ୍କ ଯାତ୍ରା ମହା ଆଡମ୍ବର ସହକାରେ ପାଳନ କରାଯାଇଛି। କରୋନା କଟକଣା ହଟିବା ପରେ ଦୀର୍ଘ ଦୁଇ ବର୍ଷ ର ବ୍ଯବଧାନ ପରେ ପାଳନ ହୋଇଛି ମା ଙ୍କ ଯାତ୍ରା ।

ସକାଳୁ ମାଁ ପେଣ୍ଡ୍ରାଣୀ।ଙ୍କ ମହାଆଳତି, ଷୋଡ଼ସ ଉପଚାର, ପଣା ଆଦି ରିତିନୀତି ଅନୁଯାୟୀ ମାଙ୍କୁ ପୂଜାଅର୍ଜନା କରାଯାଇଥିଲା। ଅପରାହ୍ନରେ ମା’ ଅଞ୍ଚଳ ବାସିଙ୍କୁ ସମସ୍ତ ବିପଦ, ରୋଗରୁ ସୁରକ୍ଷା ଦେବା ସହ ସମସ୍ତ ଭକ୍ତ ଯେମିତି ସୁଖ ସମୃଦ୍ଧିରେ ଜୀବନ ଯାପନ କରିବେ ସେଥିପାଇଁ ମା ଏକ ବିରାଟ ଶୋଭଯାତ୍ରାରେ ବାହାରି ଶିରା, ଲାଠି,ପାଲିଙ୍କି, କୁର୍ଚି ସହ ହଜାର ହଜାର ଭକ୍ତଙ୍କ ଗହଣରେ ସହର ପରିକ୍ରମା କରିଥିଲେ।

ମନ୍ଦିର ପ୍ରାଙ୍ଗଣ ରେ ମା’ଙ୍କ ବାଦ୍ୟର ତାଳେ ତାଳେ ଦୀର୍ଘ ସମୟ ଧରି ନାଚିଥିଲେ । ମା’ ଶିରା ବଲ୍ଲଭ ମାଳି କଣ୍ଟା ଲାଗିଥିବା ଚୌକିରେ ବସି ଭକ୍ତଙ୍କୁ ଫୁଲ ଚାଉଳ ପ୍ରଦାନ କରିଥାନ୍ତି। ଯାହା ବେଶ ଆକର୍ଷଣୀୟ ହୋଇଥିଲା। । ମା’ଙ୍କ ଏହି ଯାତ୍ରା ସହ ଶହ ବର୍ଷ ଧରି ଚାଲି ଆସୁଥିବା ଅନୁମାନ କରାଯାଉଛି। ମାଆ ଭକ୍ତଙ୍କ ସବୁ ମନସ୍କାମନା ପୂର୍ଣ୍ଣ କରନ୍ତି। ତେଣୁ ମାଁଙ୍କ ଦର୍ଶନ ପାଇଁ ଆଖପାଖ ଅଞ୍ଚଳ ତଥା ପଡୋଶୀ ରାଜ୍ଯ ଛତିଶଗଡ଼, ଆନ୍ଧ୍ରପ୍ରଦେଶରୁ ଶହ ଶହ ଭକ୍ତଙ୍କ ଭିଡ ଲାଗିଥାଏ। ମାଁ ଙ୍କ ଦର୍ଶନ କରିବା ପରେ ସୁଖ ଶାନ୍ତି ପ୍ରାପ୍ତ ହାଇଥାଏ ବାଲି ଭକ୍ତଙ୍କ ଅଗାଢ ବିଶ୍ୱାସ ରହିଛି। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.