ପୁଣିଥରେ ପାର୍ଟିକୁ ଫେରିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌, ଏନ୍‌ସିବିରୁ ଆଶ୍ୱସ୍ତି ମିଳିବା ପରେ ପହଞ୍ଚିଲେ ନାଇଟ୍‌ କ୍ଲବ୍‌ରେ

ବଲିଉଡ୍‌ ସୁପରଷ୍ଟାର ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ନିକଟରେ ଏନ୍‌ସିବି ଦୋଷ ମୁକ୍ତ କରିବା ସହ ପାସ୍‌ପୋର୍ଟ ଫେରାଇଛି। ଏଥିସହ ଆର୍ଯ୍ୟନ୍‌ଙ୍କୁ ପୁଣି ଥରେ ସ୍ୱାଧୀନ ଭାବେ ବଞ୍ଚିବାକୁ ଆଉ ଏକ ସୁଯୋଗ ଦେଇଛନ୍ତି କୋର୍ଟ। ଇତି ମଧ୍ୟରେ ପୁଣିଥରେ ଏକ ପାର୍ଟିରେ ନଜର ଆସିଛନ୍ତି ଶାହାରୁଖଙ୍କ ଏକୋଇରବଳା ବିଶାକେସନ୍‌ ଆର୍ଯ୍ୟନ୍‌। ଏଥରକ ପାର୍ଟିରେ ବି ସେ ଡ୍ରିଙ୍କ୍‌ କରୁଥିବା ଦେଖାଯାଇଛି।

ପ୍ରକାଶ ଯେ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଏନ୍‌ସିବି ପକ୍ଷରୁ ଆଶ୍ୱସ୍ତି ମିଳିଛି। ଏଥିସହ ଏନ୍‌ସିବି ଆର୍ଯ୍ୟନ୍‌ଙ୍କ ପାସ୍‌ପୋର୍ଟ ମଧ୍ୟ ଫେରାଇ ଦେଇଛି। ଫଳରେ ଆର୍ଯ୍ୟନ୍‌ ଏବେ ନିଜ ଇଚ୍ଛାରେ ବିଦେଶ ମଧ୍ୟ ଯାଇପାରିବେ। ତେବେ ପାସ୍‌ପୋର୍ଟ ମିଳିବାର କିଛି ଦିନ ପରେ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଏକ ନାଇଟ୍‌ କ୍ଲବ୍‌ରେ ପାର୍ଟି କରୁଥିବାର ଦେଖିବାକୁ ମିଳିଛି। ଶାହାରୁଖଙ୍କ ପୁଅ ନିଜ ସାଙ୍ଗ ମାନଙ୍କ ସହ ଏକ କ୍ଲବ୍‌ରେ ଚିଲ୍‌ କରୁଥିବାର ଓ ପାର୍ଟି ଏନ୍‌ଜୟ କରୁଥିବାର ଦେଖାଯାଇଛି। ଆର୍ଯ୍ୟନ୍‌ ଖାନ୍‌ଙ୍କ ଫ୍ୟାନ୍‌ମାନେ ତାଙ୍କୁ ସାଧାରଣ ଭାବେ ବଞ୍ଚୁଥିବା ଦେଖି ଖୁସି ହୋଇଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ଆର୍ଯ୍ୟନ୍‌ ଖାନ୍‌ ମାସ୍କ ଓହ୍ଲାଇ ଡ୍ରିଙ୍କ୍‌ ପିଉଛନ୍ତି ଓ ତା’ପରେ ପୁଣିଥରେ ମାସ୍କ ପିନ୍ଧି ଦେଉଛନ୍ତି।


ମିଡିଆ ରିପୋର୍ଟ ମୁତାବକ, ଆର୍ଯ୍ୟନ୍‌ ଖାନ୍‌ ଖୁବ୍‌ ଶୀଘ୍ର ନିଜ ଲିଖିତ ତଥା ନିର୍ଦ୍ଦେଶନା ଦେଇଥିବା ରେଡ୍‌ ଚିଲ୍ଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ ଦ୍ୱାରା ନିର୍ମିତ ଏକ ୱେବ୍‌ ସିରିଜ୍‌ରୁ ଡେବ୍ୟୁ କରିବେ। ଶାହାରୁଖ ଖାନ୍‌ ପୂର୍ବରୁ ହିଁ ସ୍ପଷ୍ଟ କରିଛନ୍ତି ଯେ ସୁହାନା ଖାନ୍‌ଙ୍କ ବିପରୀତ ଆର୍ଯ୍ୟନ୍‌ ଖାନ୍‌ଙ୍କର ଅଭିନୟରେ କୌଣସି ରୁଚି ନାହିଁ। ତଥାପି ଆର୍ଯ୍ୟନ୍‌ ଖାନ୍‌ଙ୍କର ଅନେକ ଫ୍ୟାନ୍‌ ଫଲୋୟର୍ସ ଅଛନ୍ତି। ଡ୍ରଗ୍ସ ମାମଲାରେ ଫସିଥିବା ବେଳେ ମଧ୍ୟ ଫ୍ୟାନ୍‌ମାନେ ତାଙ୍କୁ ଖୁବ୍‌ ସମର୍ଥନ କରିଥିଲେ।

ଗତ ବର୍ଷ ଡ୍ରଗ୍ସ କ୍ରୁଜ୍‌ ମାମଲାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଆର୍ଯ୍ୟନ୍‌। ଏହି ମାମଲାରେ ତାଙ୍କୁ କିଛି ଦିନ ପାଇଁ ଜେଲ ବି ଯିବାକୁ ପଡ଼ିଥିଲା। ଏଥିସହ ଏନ୍‌ସିବି ଆର୍ଯ୍ୟନ୍‌ଙ୍କ ପାସ୍‌ପୋର୍ଟକୁ ମଧ୍ୟ ଜବତ କରିଥିଲା। କିନ୍ତୁ ମେ’ ମାସରେ ତାଙ୍କୁ ଡ୍ରଗ୍ସ କେସ୍‌ରେ କ୍ଳିନ୍‌ ଚିଟ୍‌ ମିଳିଥିଲା। କ୍ଲିନ୍‌ ଚିଟ୍‌ ମିଳିବା ପରେ ଆର୍ଯ୍ୟନ୍‌ ଖାନ୍‌ ଜୁନ୍‌ ୩୦ ରେ ପାସପୋର୍ଟ ଫେରିପାଇବାକୁ ସ୍ପେଶାଲ କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ।

Also Read: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବି ଗର୍ଭବତୀ ! ଏୟାରପୋର୍ଟରେ ବେବି ବମ୍ପ ଲୁଚାଉଥିବାର ଆସିଲେ ନଜର; ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.