ପୁଣି କନ୍ଧମାଳ ପୋଲିସକୁ ସଫଳତା: ବାଲିଗୁଡ଼ା ତିଲକି ଗାଁ ନିକଟ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଧ୍ୱଂସ, ବିପୁଳ ସାମଗ୍ରୀ ଜବତ

କନ୍ଧମାଳ(କେନ୍ୟୁଜ୍): ପୁଣି କନ୍ଧମାଳ ପୋଲିସକୁ ସଫଳତା । ବାଲିଗୁଡ଼ା ଥାନା ଅନ୍ତର୍ଗତ ଶୁଡ୍ରା ପଞ୍ଚାୟତର ତିଲକି ଗାଁ ନିକଟ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଧ୍ୱଂସ । ବିପୁଳ ସାମଗ୍ରୀ ଜବତ ।

ମେଡିସିନ୍‌, ଛତା, ଛୁରୀ, ଟାଙ୍ଗିଆ,ଟିଫିନ,ପାଲ ଆଦି ଜବତ କରାଯାଇଛି । ଏସ୍‌ଓଜି ଓ ଡିଭିଏଫର ମିଳିତ କମ୍ବିଂ ଅପରେସନ କରୁଥିବା ବେଳେ ମାଓ କ୍ୟାମ୍ପ ଠାବ ହୋଇଥିଲା । ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀ ଖସି ପଳାଇଥିଲେ । ୮ ରୁ ୧୦ ଜଣ ମାଓବାଦୀ kkbn ଡିଭିଜନର ସଦସ୍ୟ ଆଡ୍ଡା ଜମାଇଥିବା ସନ୍ଦେହ କରାଯାଉଛି । ଏହାପରେ କମ୍ବିଂ ଅପରେସନ ଜୋରଦାର କରାଯାଇଥିବା କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.