ମହାକାଳପଡ଼ାରେ କଂଗ୍ରେସର ମହା ପ୍ରଦର୍ଶନ

ମହାକାଳପଡ଼ା (କେ ନ୍ୟୁଜ୍‌) : କେନ୍ଦ୍ରାପଡ଼ାରେ ମହାକାଳପଡ଼ାରେ କଂଗ୍ରେସ ଦଳର ଶକ୍ତି ପ୍ରଦର୍ଶନ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଦଳର ବହୁ ହେଭିେଓ୍ଵଟ୍‌ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଚାଷୀ ଓ ଚାଷ ପ୍ରସଙ୍ଗରେ ସରକାରଙ୍କ ଉପରେ ଗର୍ଜିଥିଲେ । ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଆଗାମୀ ୨୦୧୯ ନିର୍ବାଚନରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ବେକାରଙ୍କୁ ନିଯୁକ୍ତି, ଚାଷୀଙ୍କୁ ଋଣଛାଡ଼, ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

CONGRESS-2

ସଭାରେ ନିରଞ୍ଜନଙ୍କ ସମେତ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ରାଜ୍ୟ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ଗଣେଶ୍ୱର ବେହେରା, ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପରିବର୍ତ୍ତନ ଯାତ୍ରା ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେବା ପାଇଁ ଉଦ୍ୟମ ଚଳାଇଛି ।

ଶ୍ରୀକାନ୍ତ କହିଲେ ମୁଁ ବାଦ୍‌ ପଡ଼ିନାହିଁ

ସେପଟେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ତାଙ୍କୁ ଇସ୍ତାହାର କମିଟିରୁ ବାଦ ଦିଆଯାଇନାହିଁ । ବରଂ ନିଜେ ସେ ଓହରିଯାଇଥିଲେ । ଓଡ଼ିଶାବାସୀଙ୍କୁ ସାମାଜିକ, ଅର୍ଥନୈତିକ ନ୍ୟାୟ ଓ ରାଜନୈତିକ ଶକ୍ତି ପ୍ରଦାନ କରାଗଲେ ଆଗାମୀ ନିର୍ବାଚନରେ ଦଳ କ୍ଷମତାକୁ ଆସିବ ବୋଲି କଂଗ୍ରେସ ପ୍ରଭାରୀଙ୍କୁ ଚିଠି ଲେଖି ଜଣାଇଥିଲି । ହେଲେ ଏଆଇସିସି ଏହାକୁ ଗୁରୁତ୍ୱ ନଦେବାରୁ ନିଜେ ଇସ୍ତାହାର କମିଟିରୁ ଓହରି ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.