Below header

ସତ୍ତାର ସେମିଫାଇନାଲ୍, ଏକଜାଟ ପୋଲ୍‌ ପୂର୍ବରୁ ଆସିଲା ୫ଟି ରାଜ୍ୟର ଏକଜିଟ୍‌ ପୋଲ୍

ସରିଲା ୫ଟି ରାଜ୍ୟ ବିଧାନସଭା ନିର୍ବାଚନ । ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ରାଜସ୍ଥାନ ଓ ତେଲେଙ୍ଗାନା ପାଇଁ ଭୋଟ୍‌ ଗ୍ରହଣ ସରିଛି । ଆସନ୍ତା ୧୧ ତାରିଖରେ ଗଣତି ଓ ଫଳାଫଳ ବାହାରିବ । ଏକଜାକ୍ଟ ପୋଲ୍‌ ପୂର୍ବରୁ ଆସିଲା ଏକଜିଟ୍‌ ପୋଲ୍‌ ରିପୋର୍ଟ ।

ରାଜସ୍ଥାନ :

rajasthanବିଭିନ୍ନ ପୋଲ୍‌ ଦର୍ଶାଇଛନ୍ତି ରାଜସ୍ଥାନରେ ଫେରିବ କଂଗ୍ରେସ ସରକାର । ଇଣ୍ଡିଆ ଟୁଡେ-ଆକ୍ସିସ୍‌ ଇଣ୍ଡିଆ ଏକଜିଟ୍‌ ପୋଲ୍‌ରେ ରାଜସ୍ଥାନରେ କଂଗ୍ରେସ ସରକାର ଫେରିବ ବୋଲି ସଙ୍କେତ ଦେଇଛି । କଂଗ୍ରେସକୁ ୧୧୯ରୁ ୧୪୧, ବିଜେପିକୁ ୫୫ରୁ ୭୨ ଓ ଅନ୍ୟାନ୍ୟଙ୍କୁ ୪ରୁ ୧୧ ଆସନ ଦେଇଛି ଇଣ୍ଡିଆ ଟୁଡେ-ଆକ୍ସିସ୍‌ ଇଣ୍ଡିଆ । ଟାଇମ୍ସ ନାଓ-ସିଏନ୍‌ଏକ୍ସ ରାଜସ୍ଥାନରେ କଂଗ୍ରେସକୁ ୧୦୫ ଆସନ ଦେଇଥିବା ବେଳେ ବିଜେପିକୁ ୮୫ ଓ ଅନ୍ୟାନ୍ୟଙ୍କୁ ୯ଟି ଆସନ ଦେଇଛି । ରାଜସ୍ଥାନରେ ୧୧୯ ଆସନରୁ ସରକାର ଗଠନ ପାଇଁ ଶହେ ବିଧାୟକଙ୍କ ସମର୍ଥନ ଦରକାର ।

ମଧ୍ୟପ୍ରଦେଶ : 

MPମଧ୍ୟପ୍ରଦେଶରେ କଂଗ୍ରେସ-ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର । ବିଭିନ୍ନ ସଂସ୍ଥାର ଏକଜିଟ୍‌ ପୋଲ୍‌ ଏହି ସୂଚନା ଦେଉଛି । ଇଣ୍ଡିଆ ଟୁଡେ-ଆକ୍ସିସ୍‌ ଇଣ୍ଡିଆ ସର୍ଭେ କଂଗ୍ରେସକୁ ଦେଇଛି ଅଧିକ ଆସନ । କଂଗ୍ରେସକୁ ୧୦୪ରୁ ୧୨୨ ଆସନ ଓ ବିଜେପିକୁ ମିଳିପାରେ ୧୦୨ରୁ ୧୨୦ ଆସନ ମିଳିପାରେ । ଅନ୍ୟାନ୍ୟଙ୍କୁ ମିଳିପାରେ ୩ରୁ ୮ଟି ଆସନ । ସେହିପରି ଟାଇମ୍ସ ନାଓ-ସିଏନ୍‌ଏକ୍ସ ବିଜେପିକୁ ୧୨୬, କଂଗ୍ରେସକୁ ୮୯, ଅନ୍ୟାନ୍ୟଙ୍କୁ ୧୫ଟି ଆସନ ଦେଇଛି । ସେହିପରି ଇଣ୍ଡିଆ ନ୍ୟୁଜ୍‌-ନେତା ବିଜେପିକୁ ୧୦୬ ଆସନ ଦେଇଥିବା ବେଳେ କଂଗ୍ରେସକୁ ୧୧୨ ଓ ଅନ୍ୟାନ୍ୟଙ୍କୁ ଦେଇଛି ୧୨ଟି ଆସନ । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ରହିଛି ୧୧୬ ।

ଛତିଶଗଡ଼ : 

chhatisgarhସେହିପରି ଛତିଶଗଡ଼ ବିଧାନସଭାରେ ବି ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଛି । ବିଭିନ୍ନ ସଂସ୍ଥାର ଏକଜିଟ୍‌ ପୋଲ୍‌ ବିଜେପି ପାଇଁ ଟେନସନ୍‌ । ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ଟାଇମ୍ସ ନାଓ-ସିଏନ୍‌ଏକ୍ସ ବିଜେପିକୁ ୪୬ ଆସନ ଦେଇଥିବା ବେଳେ କଂଗ୍ରେସକୁ ୩୫, ଜେସିସି ଓ ବିଏସ୍‌ପି ମେଣ୍ଟକୁ ୭ ଓ ଅନ୍ୟାନ୍ୟଙ୍କୁ ଦେଇଛି ୨ଟି ଆସନ । ସେହିପରି ନ୍ୟୁଜ୍‌ ନେସନ୍‌ ଛତିଶଗଡ଼ରେ ବିଜେପିକୁ ୩୮ରୁ ୪୨ ଆସନ ଦେଇଥିବା ବେଳେ କଂଗ୍ରେସକୁ ୪୦-୪୪, ଜେସିସି-ବିଏସ୍‌ପି ମେଣ୍ଟକୁ ୪-୮ ଓ ଅନ୍ୟାନ୍ୟଙ୍କୁ ଦେଇଛି ୦-୪ଟି ଆସନ । ଇଣ୍ଡିଆ ଟିଭି ଏକଜିଟ୍‌ ପୋଲ୍‌ ବିଜେପିକୁ ୪୨-୫୦ ଆସନ ଦେଇଥିବା ବେଳେ କଂଗ୍ରେସକୁ ୩୨-୩୮, ଜେସିସି ଓ ବିଏସ୍‌ପି ମେଣ୍ଟକୁ ୬-୮ ଓ ଅନ୍ୟାନ୍ୟଙ୍କୁ ୧-୩ ଆସନ ମିଳିବ ବୋଲି ଦର୍ଶାଇଛି । ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ସରକାର ଗଠନ ପାଇଁ କୌଣସି ଦଳକୁ ୪୬ ଆସନରେ ବିଜୟୀ ହେବାକୁ ପଡ଼ିବ ।

ତେଲଙ୍ଗାନା :

ଏକଜିଟ୍‌ ପୋଲ୍‌ ତେଲଙ୍ଗାନାରେ ଟିଆର୍‌ଏସ୍‌ ପାଇଁ ଖୁସି ଆଣିଛି । ଏଠାରେ ପୁଣି ଥରେ ସରକାର ଗଢ଼ିବ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଟିଆର୍‌ଏସ୍‌ । ଟାଇମ୍ସ ନାଓ-ସିଏନ୍‌ଏସ୍‌ ତେଲେଙ୍ଗାନାରେ ଟିଆର୍‌ଏସ୍‌କୁ ୬୬ ଆସନ ଦେଇଥିବା ବେଳେ କଂଗ୍ରେସ-ଟିଡିପି ଓ ବାମଦଳ ମେଣ୍ଟକୁ ୩୭, ବିଜେପିକୁ ୭ ଓ ଅନ୍ୟାନ୍ୟ ୨ଟି ଆସନରେ ବିଜୟୀ ହେବେ ବୋଲି କହିଛି । ୧୧୯ ବିଧାନସଭା ବିଶିଷ୍ଟ ତେଲେଙ୍ଗାନାରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ରହିଛି ୬୦ ।

ମିଜୋରାମ୍‌ : 

ମିଜୋରାମ୍‌ରେ କଂଗ୍ରେସ ହାତରୁ ଖସି ଯାଇପାରେ କ୍ଷମତା । ବିଭିନ୍ନ ଏକଜିଟ୍‌ ପୋଲ୍‌ ଏହି ତଥ୍ୟ ଦେଉଛନ୍ତି । ଟାଇମ୍ସ ନାଓ-ସିଏନ୍‌ଏକ୍ସର ଏକଜିଟ୍‌ ପୋଲ୍‌ରେ କଂଗ୍ରେସକୁ ୧୬ ଆସନ ଦେଉଥିବା ବେଳେ ଏନ୍‌ଏନ୍‌ଏଫ୍‌କୁ ୧୮ ଓ ଅନ୍ୟାନ୍ୟଙ୍କୁ ଦେଇଛି ୬ଟି ସିଟ୍‌ । ସେହିପରି ରିପବ୍ଲିକ୍‌-ସି ଭୋଟର୍‌ କଂଗ୍ରେସକୁ ୧୪-୧୮, ଏମ୍‌ଏନ୍‌ଏଫ୍‌ ୧୬-୨୦ ଓ ଅନ୍ୟାନ୍ୟ ୩-୧୦ ଆସନ ଜିତିବ ବୋଲି କହିଛି । ଏଠାରେ ବିଜେପି ଖାତା ଖୋଲି ପାରିବ ନାହିଁ ବୋଲି ବିଭିନ୍ନ ସର୍ଭେ ସଂସ୍ଥା କହିଛନ୍ତି । ମିଜୋରାମ୍‌ର ମୋଟ୍‌ ଆସନ ସଂଖ୍ୟା ୪୦ । ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ରହିଛି ୨୧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.