ଦେବଦୂତ ସାଜିଲେ କନେଷ୍ଟବଳ, ଯାତ୍ରୀଙ୍କୁ ମରଣ ମୁହଁରୁ ବଞ୍ଚାଇଲେ

ଭୁବନେଶ୍ବର (କେନ୍ଯୁଜ୍) :ଭୁବନେଶ୍ୱର ଜିଆରପି ଥାନାର ଜଣେ କନେଷ୍ଟବଳଙ୍କ କାର୍ଯ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଦେବଦୂତ ସାଜି ଜଣେ ଟ୍ରେନ ଯାତ୍ରୀଙ୍କୁ ମରଣ ମୁହଁରୁ ରକ୍ଷା କରିଛନ୍ତି । ସୋସିଆଲ ମିଡିଆରେ ଘଟଣା ସମୟର ଭିଡିଓ ଭାଇରାଲ ପରେ ସବୁରି ମୁହଁରେ ତାଙ୍କର ପ୍ରଶଂସା ।

police

ସମୟ-ରାତି ସାଢ଼େ ୧୦ଟା । ସ୍ଥାନ-ଭୁବନେଶ୍ୱର ରେଳ ଷ୍ଟେସନ । ପ୍ଲାଟଫର୍ମ ନମ୍ବର-୧ । ଛାତିରେ ଯନ୍ତ୍ରଣା ଯୋଗୁଁ ଜଣେ ଯାତ୍ରୀ ତଳେ ପଡ଼ି ଛଟପଟ ହେଉଥାନ୍ତି । ପାଖରେ ବହୁ ଯାତ୍ରୀ ଉପସ୍ଥିତ ଥିଲେ ବି କେହି ସାହାଯ୍ୟ କରିବାକୁ ଆଗେଇ ଆସି ନଥିଲେ । ହଠାତ୍‌ ଦେବଦୂତ ସାଜି ଘଟଣାସ୍ଥଳରେ ପହଞ୍ଚିଥିଲେ ଜିଆରପି ଥାନାର କନେଷ୍ଟବଳ ବଳରାମ ସିଂହ । ଆଉ ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ଆରମ୍ଭ କରିଦେଲେ ପ୍ରାଥମିକ ଚିକିତ୍ସା । ଏପରିକି ଯାତ୍ରୀ ଜଣଙ୍କ ସହ ମାଉଥ୍‌ ଟୁ ମାଉଥ୍‌ ରେସପିରେସନ କରିଥିଲେ । ଚେତା ଆସିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

constable

କନେଷ୍ଟବଳ ବଳରାମ ସିଂହଙ୍କ ଏବେ ଚାରିଆଡ଼େ ପ୍ରଶଂସା । ବିଭିନ୍ନ ମହଲରେ ସାବାସୀ । ରେଳବାଇ ଏଡିଜି ତାଙ୍କୁ  ସମ୍ବର୍ଦ୍ଧନା କରିବା ସହ ପୁରସ୍କାର ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.