Below header

କୋହଲି ଓ ଚାନୁଙ୍କୁ ବିରାଟ ଆଓ୍ବାର୍ଡ, ପାଇବେ ଖେଳରତ୍ନ ପୁରସ୍କାର, ୩୪ ଜଣଙ୍କୁ ମିଳିବ କେନ୍ଦ୍ର କ୍ରୀଡ଼ା ସମ୍ମାନ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆ କ୍ରକେଟ କ୍ୟାପଟେନ୍ ବିରାଟ କୋହଲି ଓ ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ ପାଇବେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ । ଆସନ୍ତା ୨୫ ତାରିଖରେ ସେମାନଙ୍କୁ ପ୍ରଦାନ କରାଯିବ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ସମ୍ମାନିତ କରିବେ । କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି । ବିସିସିଆଇ ଖେଳ ରତ୍ନ ପାଇଁ ବିରାଟ କୋହଲିଙ୍କ ନାଁ ସୁପାରିଶ କରିଥିଲା । ଏହି ସମ୍ମାନ ପାଇବାରେ କୋହଲି ହେବେ ତୃତୀୟ କ୍ରିକେଟର । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର‌ଓ ମହେନ୍ଦ୍ର ସିଂହ ଧୋନି ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନର ଅଧିକାରୀ ହୋଇଥିଲେ । ସେହିପରି ଭାରୋତ୍ତୋଳନର ବିଶ୍ଵ ଚାମ୍ପିଅନସିପରେ ସ୍ବର୍ଣ୍ଣ ବିଜୟିନୀ ମୀରାବାଈ ଚାନୁଙ୍କୁ ବି ବିରାଟ କୋହଲି ଙ୍କ ସହ ମିଳିତ ଭାବରେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ । ଏସିଆନ୍ ଗେମ୍ସ ସ୍ବର୍ଣ୍ଣ ବିଜେତା ଜାଭେଲିନ୍ ଖେଳାଳି ନିରଜ ଚୋପ୍ରାଙ୍କ ସମେତ ୨୦ ଜଣଙ୍କୁ ପ୍ରଦାନ କରାଯିବ ସମ୍ମାନଜନକ ଅର୍ଜୁନ ପୁରସ୍କାର । ସେହିପରି ୮ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ଓ ୪ ଜଣଙ୍କୁ ପ୍ରଦାନ କରାଯିବ ସମ୍ମାନଜନକ ଧ୍ୟାନଚାନ୍ଦ ଆଓ୍ବାର୍ଡ ।

ARJUN AND KHEL RATNA

ନଜର ପକାଇବା କେନ୍ଦ୍ର କ୍ରୀଡ଼ା ପୁରସ୍କାର ପାଇବାକୁ ଥିବା ଖେଳାଳିଙ୍କ ତାଲିକା ଉପରେ ।

ରାଜୀବ ଗାନ୍ଧୀ ଖେଳରତ୍ନ:

ବିରାଟ କୋହଲି (କ୍ରିକେଟର)

ମୀରାବାଈ ଚାନୁ (ଭାରୋତ୍ତୋଳନକାରୀ)

ଅର୍ଜୁନ ପୁରସ୍କାର (୨୦ଜଣ):

ନିରଜ ଚୋପ୍ରା, ଜିନସନ୍ ଜନସନ, ହିମା ଦାସ (ଆଥଲେଟିକ୍ସ) । ଏନ୍. ସିକ୍କି ‌ରେଡ୍ଡି (ବ୍ୟାଡମିଣ୍ଟନ୍), ସତୀଶ କୁମାର (ବକ୍ସିଂ), ସ୍ମୃତି ମାନ୍ଧାତା (ମହିଳା କ୍ରିକେଟର), ଶୁଭଙ୍କର ଶର୍ମା (ଗଲ୍ଫ), ମନପ୍ରୀତ ସିଂହ, ସବିତା (ହକି), ରବି ରାଠୋର (ପୋଲୋ), ରାଣୀ ସର୍ଣ୍ଣୋବତ, ଅଙ୍କୁର ମିତ୍ତଲ, ଶ୍ରେୟାଶୀ ସିଂହ (ସୁଟିଂ), ମାନିକା ବାତ୍ରା, ଜି. ସଥିୟାନ୍ (ଟେବୁଲ୍ ଟେନିସ), ରୋହନ ବୋପନ୍ନା (ଟେନିସ), ସୁମିତ (କୁସ୍ତି), ପୂଜା କାଦିଆନ୍ (ଉସୁ), ଅଙ୍କୁର ଧାମା (ପାରା ଆଥଲେଟିକ୍ସ), ମନୋଜ ସରକାର (ପାରା ବ୍ୟାଡମିଣ୍ଟନ)

ଦ୍ରୋଣାଚାର୍ଯ୍ୟ ସମ୍ମାନ (୮ଜଣ):

ସି. ଏ. କୁଟପ୍ପା (ବକ୍ସିଂ), ବିଜୟ ଶର୍ମା (କୁସ୍ତି), ଏ. ଶ୍ରୀନିବାସ ରାଓ (ଟେବୁଲ୍ ଟେନିସ), ସୁକଦେବ ସିଂ ପନ୍ନୁ (ଆଥଲେଟିକ୍ସ), କ୍ଲରେନ୍ସ ଲବୋ (ହକି, ଲାଇଫ ଟାଇମ୍), ତରକ୍ ସିଂ (କ୍ରିକେଟ, ଲାଇଫ୍ ଟାଇମ୍), ଜୀବନ କୁମାର ଶର୍ମା (ଜୁଡୋ, ଲାଇଫ୍ ଟାଇମ୍), ଭି. ଆର୍. ବେଦୁ (ଆଥଲେଟିକ୍ସ, ଲାଇଫ୍ ଟାଇମ୍)

ଧ୍ୟାନଚାନ୍ଦ ସମ୍ମାନ (୪ଜଣ):

ସତ୍ୟଦେବ ପ୍ରସାଦ (ତୀରନ୍ଦାଜ), ଭାରତ କୁମାର ଛେତ୍ରି (ହକି), ବବି ଆଲୋସିୟସ (ଆଥଲେଟିକ୍ସ), ସି.ଡି. ଦତ୍ତାତ୍ରେୟ (କୁସ୍ତି)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.