ଆସୁଛି ସଡ଼କ-୨, ପୁଣି ପରଦା ଉପରେ ରୋମାନ୍ସ କରିବେ ସଞ୍ଜୟ ଦତ୍ତ ଏବଂ ପୂଜା ଭଟ୍ଟ

ମୁମ୍ବାଇ : ଏବେ ବଲିଉଡ଼ରେ ଚାଲିଛି ସକ୍ବେଲର ଋତୁ। ଗୋଟିଏ ଫିଲ୍ମର ଅନେକ ସଂସ୍କରଣ ଦେଖିବାକୁ ମିଳୁଛି। ତେବେ ଏବେ ୨୭ବର୍ଷ ପରେ ଏକାଠି ଫେରିବେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ। ଏନେଇ ଆଜି ରିଲିଜ୍‌ ହୋଇଛି ମହେଶ ଭଟ୍ଟଙ୍କ ଫିଲ୍ମ ସଡକ-୨ର ଟିଜର। ଆସନ୍ତୁ ଜାଣିବା କିଏ ନଜର ଆସୁଛନ୍ତି ପୂଜା ଭଟ୍ଟ ଏବଂ ସଂଞ୍ଜୟ ଦତ୍ତଙ୍କ ଚରିତ୍ରରେ।

sadak

ଟିଜରରେ ୯୦ଦଶକର ସୁପରହିଟ୍‌ ଫିଲ୍ମ ସଡକର ଦୃଶ୍ୟ ଦେଖିବାକୁ ମିଳିଛି। ଏଥିରେ ସଞ୍ଜୟଙ୍କ ସହ ପୂଜାଙ୍କ ରୋମାନ୍ସ ଓ ସଂଘର୍ଷ ଦେଖିବାକୁ ମିଳିଛି। ୨୭ ବର୍ଷ ପରେ ପୁଣି ମହେଶ ଭଟ୍ଟଙ୍କ ନିର୍ଦ୍ଦେଶନାରେ ଫେରୁଛନ୍ତି ପୂରା ଟିମ୍‌ । ଫିଲ୍ମରେ ସଞ୍ଜୟ ଦତ୍ତ , ପୂଜା ଭଟ୍ଟଙ୍କ ସହ ନଜର ଆସିବେ ଆଦିତ୍ୟ ରାୟ କପୁର ଓ ଆଲିଆ ଭଟ୍ଟ। ପ୍ରଥମ ଥର ପାଇଁ ଆଲିଆ ନିଜ ପିତାଙ୍କ ନିର୍ଦ୍ଦେଶନାରେ ଅଭିନୟ କରିଥିବା ବେଳେ ନିଜ ଭଉଣୀ ପୂଜାଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ତେବେ ସୂଚନା ଅନୁଯାୟୀ, ଫିଲ୍ମଟି ୨୦୨୦ ମାର୍ଚ୍ଚ ୨୫ରେ ରିଲିଜ୍ ହେବ।

 ଆଜି ୭୦ବର୍ଷରେ ପାଦ ଥାପିଛନ୍ତି ପ୍ରସିଦ୍ଧ ନିର୍ଦ୍ଦେଶକ ମହେଶ ଭଟ୍ଟ । ୧୯୪୮ ମସିହା ସେପ୍‌ଟେମ୍ବର ୨୦ ତାରିଖରେ ହିନ୍ଦୀ ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରଯୋଜକ ମହେଶ ଭଟ୍ଟ ଜନ୍ମଗ୍ରହଣ କରିଥିଲେ । ମହେଶ ଭଟ୍ଟଙ୍କ ଜନ୍ମ ଦିନ ଅବସରରେ ରିଲିଜ୍‌ ହୋଇଛି ସଡ଼କ -ଟୁର ଟିଜର। ଦର୍ଶକଙ୍କୁ ଭିନ୍ନ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ଦେବାରେ ସେ ସିଦ୍ଧହସ୍ତ । ସଡ଼କ , ଆଶିକି , ଜଖମ, ଆର୍ଥ ଭଳି ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି ବଲିଉଡକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.