Below header

ମୋତେ କାହିଁକି ନୁହେଁ ? ଖେଳରତ୍ନ ପୁରସ୍କାରକୁ ନେଇ ପ୍ରଶ୍ନ ଉଠାଇଲେ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ : ଜାତୀୟ କ୍ରୀଡା ପୁରସ୍କାର ଘୋଷଣା ହେଉ ହେଉ ବିବାଦ । ଚୟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ । ଚୂଡ଼ାନ୍ତ ତାଲିକାରୁ ସେ ବାଦ ପଡ଼ିବା ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଚୟନ କମିଟି ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି । ଚଳିତ ବର୍ଷ ଜାକର୍ତ୍ତା ଏସୀୟ କ୍ରୀଡ଼ା ଓ ଗୋଲ୍ଡ କୋଷ୍ଟ  ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଵର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ବଜରଙ୍ଗ ପୁନିଆ । ତଥାପି ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ନହେବା ଘଟଣା ତାଙ୍କୁ କ୍ଷୁବ୍ଧ କରିଛି । ପୁନିଆ ହିଛନ୍ତି, ସେ କେବଳ ଗୋଟିଏ ସିଜିନରେ ଭଲ ପ୍ରଦର୍ଶନ କରି ନାହାନ୍ତି । ବରଂ ବିଗତ କିଛି ବର୍ଷ ହେବ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରି ଆସୁଛନ୍ତି । ପଦକ ଜିତି ଦେଶ ପାଇଁ ସୁନାମ ବି ଆଣିଛନ୍ତି । ୨୦୧୩ ଓ ୨୦୧୪ ବିଶ୍ଵ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିଲେ । ତାଙ୍କ ପ୍ରତିଭା ଓ ପ୍ରଦର୍ଶନକୁ ଚିହ୍ନି ନପାରିବା ପରିତାପର ବିଷୟ ବୋଲି କହିଛନ୍ତି ପୁନିଆ । ଯଦିଓ ସେ ଚୟନର ମାନଦଣ୍ଡ ସମ୍ପର୍କରେ ଜାଣି ନାହାନ୍ତି, ତଥାପି କେଉଁ ଆଧାରରେ ଖେଳରତ୍ନର ଚୂଡାନ୍ତ ତାଲିକାରୁ ବାଦ୍ ପଡିଲେ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ସେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ସହ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା  କରିଥିଲେ । ତେବେ ଏହା ସମ୍ଭବ ହୋଇନାହିଁ । ସ୍ଵତନ୍ତ୍ର ଭାବରେ ଭେଟି ଆଲୋଚନା କରିବେ ବୋଲି ପୁନିଆ କହିଛନ୍ତି ।

ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପାଇବାକୁ ସେ ଯୋଗ୍ୟ ବୋଲି ଦାବି କରିଛନ୍ତି ସ୍ବର୍ଣ୍ଣ ବିଜେତା ଏହି ଭାରତୀୟ କୁସ୍ତି ଯୋଦ୍ଧା । ଆସନ୍ତା ମାସରେ ହେବାକୁ ଥିବା ବିଶ୍ଵ ପ୍ରତିଯୋଗିତା ପାଇଁ ନିଜକୁ ଏବେ ପ୍ରସ୍ତୁତ କରୁଛନ୍ତି ପୁନିଆ । ତେବେ ବିରାଟ କୋହଲି ଓ ମୀରାବାଈ ଚାନୁଙ୍କ ନାଁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି । ସେମାନଙ୍କୁ ବିରୋଧ କରୁ ନାହାନ୍ତି କିନ୍ତୁ ଚୟନ କମିଟି କିଭଳି ଭାବେ ତାଙ୍କୁ ଏଡ଼ାଇଗଲା ସେ ନେଇ ସେ ଆବଶ୍ୟକ ହେଲେ କୋର୍ଟକୁ ଯିବେ ବୋଲି କହିଛନ୍ତି ବଜରଙ୍ଗ ପୁନିଆ । ପଏଣ୍ଟଅ ଆଧାରରେ ସେ ପୁରସ୍କାର ପାଇବା ଉଚିତ ବୋଲି ମଧ୍ୟ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.