Below header

କରୋନା ମୁକ୍ତ ହେଲା ରାଜଧାନୀ, ଗ୍ରୀନ୍‌ ଜୋନ୍‌ ହେବ କେବେ?

ଦୀର୍ଘ ଦିନ ଧରି କରୋନା କବ୍‌ଜାରେ ଥିବା ରାଜଧାନୀ ଆଜି କୋଭିଡ୍‌-୧୯ ମୁକ୍ତ ହୋଇଛି। ସୁସ୍ଥ ହୋଇଛନ୍ତି ସମସ୍ତ କରୋନା ଆକ୍ରାନ୍ତ। ଏନେଇ ଆଜି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଭୁବନେଶ୍ୱରର ସମସ୍ତ ୪୮ ଜଣ ସୁସ୍ଥ ହୋଇଛନ୍ତି। ଯେଉଁ କରୋନା ଆକ୍ରାନ୍ତଙ୍କ ପାଇଁ ରାଜଧାନୀକୁ ରେଡ୍‌ ଜୋନ୍‌ରେ ପରିଣତ କରାଯାଇଥିଲା ଆଜି ସେମାନେ ସୁସ୍ଥ ହେବା ପରେ ଭୁବନେଶ୍ୱରରେ କଟକଣାକୁ କେହଳ କରାଯିବ ବୋଲି ରାଜଧାନୀ ବାସୀ ଆଶା ବାନ୍ଧିଛନ୍ତି। ଏବେ କରୋନା ମୁକ୍ତ ହେବା ପରେ ପୁଣିଥରେ ଭୁବନେଶ୍ୱରରେ ଜନଜୀବନ ସ୍ୱାଭାବିକ ହେବ ଓ ଲୋକେ ଘରୁ ବାହାରି ପାରିବେ ବୋଲି ଲୋକେ ଚିନ୍ତା କରିଛନ୍ତି। ତେବେ ରେଡ୍‌କୁ ଗ୍ରୀନ୍‌ ଜୋନ୍‌ ଭାବେ କେବେ ଘୋଷଣା କରାଯିବ ତାହାକୁ ଚାତକଙ୍କ ଭଳି ଚାହିଁ ବସିଛନ୍ତି ରାଜଧାନୀବାସୀ।

Bhubaneswar declared coronavirus free | Deccan Herald

ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୧୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ବିଏମ୍‌ସି ଅଞ୍ଚଳରୁ ମୋଟ ୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଗତ ୧୩ ତାରିଖଠାରୁ ଆଉ କୌଣସି ନୂଆ ମାମଲା ଆସିନଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.