ଥାନାରେ ଥାର୍ଡ଼ ଡିଗ୍ରୀ, ମହିଳା ଆଇଆଇସି ଏମିତି ମାଡ ମାରିଲେ ଯେ …

କେନ୍ଦୁଝର (କେନ୍ୟୁଜ ବ୍ୟୁରୋ): ଥାନା ଭିତରେ ଥାର୍ଡ଼ ଡିଗ୍ରୀ । ମହିଳା ପୋଲିସ୍‌ଙ୍କ ଦବଙ୍ଗ ଗିରି । ଯୁବକକୁ ମନ ଇଚ୍ଛା ବାଡ଼ିରେ ପିଟି ଚାଲିଲେ । ସେଥିରେ ବୋଧହୁଏ ସନ୍ତୁଷ୍ଟ ହେଲେ ନାହିଁ । ତେଣୁ ଆରମ୍ଭ ହୋଇଗଲା ଗୋଇଠା ପରେ ଗୋଇଠା । ଏପରି ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ସୋସିଆଲ ମିଡିଆରେ । କୌଣସି ଏକ ଅଭିଯୋଗରେ ଥାନାକୁ ଡାକି ଯୁବକକୁ ଏଭଳି ନିସ୍ତୁକ ମାଡ଼ ମାରିଛନ୍ତି ପାଟଣା ଥାନାର ଆଇଆଇସି ସନ୍ଧ୍ୟାରାଣୀ ଜେନା । ଯୁବକଙ୍କ ନାଁ ରାଜୁ ମହାନ୍ତ । ତାଙ୍କ କହିବା କଥା ସେ ଜମିରେ ଚାଷ କରୁଥିବା ବେଳେ ପୋଲିସ୍‌ ତାଙ୍କୁ ଧରି ନେଲା ଓ ବିନା କାରଣରେ ମାଡ଼ ମାରିଲା ।

ତେବେ ଏ ବିଷୟରେ ଆଇଆଇସିଙ୍କୁ ପଚାରିବାରୁ ସେ କିଛି ବି କହିବାକୁ ମନା କରିଦେଇଥିଲେ । ଜାଣି ରଖିଥାନ୍ତୁ, କିଛି ଦିନ ତଳେ ସେ ଜିଲ୍ଲାର ଶ୍ରେଷ୍ଠ ପୋଲିସ ଅଧିକାରୀ ଭାବେ ସମ୍ମାନିତ ହୋଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.