Below header

ରଣବୀର ସିଂ ପିଲାବେଳେ କରୁଥିଲେ ଏହି ରେସଲରଙ୍କୁ ଫଲୋ, ଫଟୋ ସେୟାର କରି କହିଲେ, ‘ଯେବେ WWF ଜୀବନ ଥିଲା…’

ବଲିଉଡ ଅଭିନେତା ରଣବୀର ସିଂ ସବୁବେଳେ ନିଜର ଫ୍ୟାଶନ ଓ ମସ୍ତି ଦ୍ୱାରା ସମସ୍ତଙ୍କୁ ଚକିତ କରିଦିଅନ୍ତି। ସେ ବହୁତ ଏଣ୍ଟରଟେନିଙ୍ଗ। ନିକଟରେ ରଣବୀର ନିଜ ଇନଷ୍ଟାଗ୍ରାମରୁ ପିଲାବେଳର ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ WWF(ବର୍ତ୍ତମାନ WWE)ର ରେସଲର ହଲକ ହୋଗନଙ୍କ ଭଳି ପୋଜ ଦେଉଥିବା ନଜର ଆସୁଛନ୍ତି।

ରଣବୀର ସିଂଙ୍କର ଏହି ଫଟୋ ବହୁତ ପୁରୁଣା। ସେ ଏହି ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ଆପଣ କ’ଣ କରିବେ, ଯେତେବେଳେ ହଲକ ମାନିଆର ନିଶା ଆପଣଙ୍କ ଉପରେ ଚଢିଯିବ। ସେହି ସମୟ, ଯେତେବେଳେ WWF ଜୀବନ ହୋଇଯାଇଥିଲା। ତା’ର ପୋଷ୍ଟର ମୋ କାନ୍ଥ ସାରା ଲାଗିଥିଲା’। ତେବେ ରଣବୀରଙ୍କ ଏହି ଫଟୋ ଉପରେ ବହୁତ ଲୋକ କମେଣ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.