ଏବେ ପ୍ରବାସୀ ଶ୍ରମିକଙ୍କ ପାଇଁ ଟ୍ରେନ ଭଡା ଦେବେ ରାଜ୍ୟ ସରକାର

କେନ୍ୟୁଜ ବ୍ୟୁରୋ: ଖୁସି ଖବର ! ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର କଲେ ବଡ଼ ଘୋଷଣା । ଶ୍ରମିକମାନେ ଆସୁଥିବା ରାଜ୍ୟରୁ ସେଠାକାର ସରକାର ଶ୍ରମିକଙ୍କ ରେଳ ଭଡ଼ା ନଦେଲେ, ଓଡ଼ିଶା ସରକାର ଦେବେ ଭଡ଼ା । ରେଳଭଡ଼ା ବାବଦ ଅର୍ଥକୁ ରାଜ୍ୟ ସରକାର ପ୍ରବାସୀଙ୍କ କ୍ୱାରେଣ୍ଟାଇନ ସହାୟତାରୁ ଭରଣା କରିବେ ।

ପୂର୍ବରୁ କ୍ୱାରେଣ୍ଟାଇନରେ ରହିଲେ ରାଜ୍ୟ ସରକାର ଏଥିପାଇଁ ୨ ହଜାର ଟଙ୍କା ସହାୟତା ଅର୍ଥ ଦେବାକୁ ଘୋଷଣା କରିଛନ୍ତି । ଦେଶର ବିଭିନ୍ନ ଭାଗରୁ ପ୍ରବାସୀ ଶ୍ରମିକମାନେ ଓଡ଼ିଶାକୁ ଶ୍ରମିକ ସ୍ପେଶାଲ ଟ୍ରେନରେ ଫେରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.