ପୁଣି କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଲା ଟିକଟକ ଭିଡିଓ, ସୋସିଆଲ ମିଡିଆରେ ହେଉଛି ଭାଇରଲ

କେନ୍ୟୁଜ ବ୍ୟୁରୋ: ପୁଣି କ୍ୱାରେଣ୍ଟିନ ସେଣ୍ଟର ଭିଡିଓ ଭାଇରାଲ । ଆନ୍ଧ୍ରପ୍ରଦେଶରୁ ଫେରିଥିବା ପ୍ରବାସୀ ଓଡିଆ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କ୍ୱାରେଣ୍ଟିନ ସେଣ୍ଟର ଭିତରେ ଥାଇ କଲେ ଏଭଳି ଟିକଟକ ଭିଡିଓ। ସେଣ୍ଟର ଭିତରେ ଅମାନିଆ ଅନ୍ତେବାସୀ ମସ୍ତି କରି ଗୀତ ଗାଇବାର ଟିକଟକ ଭିଡିଓ ଭାଇରାଲ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଞ୍ଚାୟତର ଆଦର୍ଶ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରୁ ଏହି ଭିଡିଓ ଭାଇରାଲ ହୋଇଛି ।

୫ଜଣ ପ୍ରବାସୀ ଗୋଟିଏ ରୁମରେ ଥିବା ବେଳେ ସମସ୍ତ ନିୟମର ଉଲ୍ଲଙ୍ଘନ କରି ଏହି ଭିଡିଓରେ ଗୀତ ଗାଉଥିବା ଦେଖିବାକୁ ମିଳିଛି। ଏହି ସେଣ୍ଟରରେ ମୋଟ ୧୦୬ଜଣ ପ୍ରବାସୀ ରହିଛନ୍ତି। ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.