ଯୋରନ୍ଦା ମହିମା ଗାଦି ସାଧୁସନ୍ଥଙ୍କୁ ସହାୟତାର ହାତ ବଢାଇଲା କିଟ୍‌ ଓ କିସ୍‌

କେନ୍ୟୁଜ ବ୍ୟୁରୋ: କରୋନା ଓ ଲକ୍‌ଡାଉନ୍‌ରେ ପ୍ରଭାବିତ ହୋଇଛନ୍ତି ଯୋରନ୍ଦା ମହିମା ଗାଦିର ସାଧୁସନ୍ଥ । ଗ୍ରୀଷ୍ମକାଳରେ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କଠାରୁ ଯାହା ଦାନ ଗ୍ରହଣ କରନ୍ତି ସେଥିରେ ବର୍ଷାଋତୁରେ ସେମାନେ ଚଳି ଥାଆନ୍ତି । ଏବେ ତାଲାବନ୍ଦ ଯୋଗୁ ସେମାନେ ବାହାରକୁ ଯାଇ ପାରି ନାହାନ୍ତି । ଏଭଳି ସମୟରେ ମହିମା ଗାଦି ସାଧୁସନ୍ଥଙ୍କୁ ସହାୟତାର ହାତ ବଢାଇଛି କିଟ୍‌ ଓ କିସ୍‌ ।

ଯେତେବେଳେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହି ସାଧୁସନ୍ଥଙ୍କ ଅସୁବିଧା ସମ୍ପର୍କରେ ଅବଗତ ହେଲେ । ତୁରନ୍ତ ଚାଉଳ, ଡାଲି, ଚୁଡ଼ା, ଚିନି ଆଦି ଖାଦ୍ୟ ସାମଗ୍ରୀ ପଠାଇ ଦେଲେ । ଦୁଇ ମାସ ଚଳିଲା ଭଳି ବ୍ୟବସ୍ଥା କରିଛନ୍ତି । ଆଉ ବିନମ୍ରତାର ସହ ସାଧୁମାନଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି ଡ. ସାମନ୍ତ । ତାଙ୍କ ତରଫରୁ ଏସବୁ ସାମଗ୍ରୀ ନେଇ କଳିଙ୍ଗ ଟିଭିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ସାଧୁସନ୍ଥକୁ ଭେଟି ଦେଇଥିଲେ । ଏହା ସହିତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.