ବାଲେଶ୍ୱର(କେନ୍ୟୁଜ୍): ଏକାଠି ଜଳିଲା ସ୍ୱାମୀ-ସ୍ତ୍ରୀଙ୍କ ଜୁଇ। ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। କୁରୁଡ଼ା ପଞ୍ଚାୟତର ବଣପାରିଆ ଗାଁର ସୁରେନ୍ଦ୍ର ମଲ୍ଲିକଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ଶେଷ କୃତ୍ୟ ପାଇଁ ମର ଶରୀରକୁ ଗାଁ ଶ୍ମଶାନକୁ ନିଆଯାଇଥିବା ବେଳେ ଖବର ଆସିଲା ସୁରେନ୍ଦ୍ରଙ୍କ ସ୍ତ୍ରୀଙ୍କର ଦେହାନ୍ତ ହୋଇଛି। ଏହାପରେ ଦୁଇ ଜଣଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।