୫୩ନଂ ଜାତୀୟ ରାଜପଥର ଚଢ଼େଇଧରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ତଳେ ଚାଲିଗଲା ଦମ୍ପତିଙ୍କ ଜୀବନ

ଯାଜପୁର (କେନ୍ୟୁଜ): ୫୩ନଂ ଜାତୀୟ ରାଜପଥ ଚଢ଼େଇଧରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସ୍କୁଟି ଉପରେ ମାଡ଼ିଗଲା ଟ୍ରକ। ଫଳରେ ଘଟଣାସ୍ଥଳରେ ଦମ୍ପତିଙ୍କ ଶୋଚନୀୟ ମୃତ୍ୟୁ। ମୃତ ଦମ୍ପତି  ନିକଟସ୍ଥ ଡ଼ଙ୍କାରୀ ଅଞ୍ଚଳର ବୋଲି ସୂଚନା ମିଳିଛି। ଖବର ପାଇ ଜେନାପୁର ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।

ଏପଟେ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି। ତେବେ ଏହି ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ମୂଲ୍ୟବାନ ଜୀବନ ଯାଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave A Reply

Your email address will not be published.