Below header

ବାଲେଶ୍ବର: ଫ୍ୟାମିଲ କୋର୍ଟରେ ଦମ୍ପତି ହେଲେ ପିଟାପିଟି, ଯିଏ ଛଡାଇଲେ ତାକୁ ମାଡ଼

ବାଲେଶ୍ବର(କେନ୍ୟୁଜ୍): ପରିବାର ଅଦାଲତକୁ ଆସି ହାତା ହାତି ହେଲେ ଦମ୍ପତି । ଆଜି ପରିବାର ଅଦାଲତ ନିକଟରେ ଥିବା  ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ଉଭୟ ଦମ୍ପତି ହାତ ଉଠା ଉଠି ହେବା  ସହ ଗାଳି ଗୁଲଜ କରିବାକୁ ପଛାଇନଥିଲେ । ମହିଳାଙ୍କ ସ୍ୱାମୀ ଜଣକ ଏଭଳି ଉକ୍ଷିପ୍ତ ହୋଇଥିଲେ ଯେ ମହିଳାଙ୍କ ସହ ଆସିଥିବା ପଡୋଶୀଙ୍କୁ ବି ହାତ ଉଠାଇ ମାଡ଼ ମାରିଥିଲେ ।  ଘଟଣା ଅନୁସାରେ ବାଲେଶ୍ବର ସହରର ଆତ୍କପୁର ଅଞ୍ଚଳର ସିଦ୍ଧାର୍ଥ ନାୟକ (ଭୁବନେଶ୍ୱରରେ ଯୋଗାଣ ବିଭାଗରେ କାର୍ଯ୍ଯ କରନ୍ତି) ବାହାନଗା ବ୍ଲକ ଗଣ୍ଡସ୍ତ ପୁର ଅଞ୍ଚଳର ସୁବାସିନୀ ନାୟକଙ୍କୁ ୪ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ ।

baleswar1

ବିବାହର କିଛି ଦିନ ପରେ ଉଭୟଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।  ପୁତ୍ର ସନ୍ତାନ ଜନ୍ମ ହେବା ପରେ ମହିଳାଙ୍କୁ ଅକଥନୀୟ ଅତ୍ୟାଚାର ସହ ମହିଳାଙ୍କ ଚରିତ୍ରକୁ ସନ୍ଦେହ କରି  ଉଭୟେ ଅଲଗା ରହିବାକୁ ଲାଗିଲେ।  ପରବର୍ତ୍ତୀ ସମୟରେ ସ୍ୱାମୀ ସିଦ୍ଧାର୍ଥ ବାଲେଶ୍ବର ପରିବାର ଅଦାଲତରେ ସ୍ତ୍ରୀଙ୍କୁ  ଛାଡ଼ପତ୍ର ପାଇଁ   ଆବେଦନ କରିଥିଲେ ।  ଆଜି ଛାଡ଼ପତ୍ର ମାମଲାର ପରିବାର ଅଦାଲତରେ  ବିଚାର  ଥିବା ହେତୁ ଉଭୟେ ଆସିଥିଲେ । ତେବେ ମହିଳାଙ୍କୁ ଦେଖି ସ୍ୱାମୀ ବିରକ୍ତି ପ୍ରକାଶ କରିବା ସହ ଗାଳି କରିବାକୁ ପଛାଇନଥିଲେ । ମହିଳା ଜଣକ ସ୍ବାମୀଙ୍କ  ଏଭଳି ବ୍ଯବହାର ପାଇଁ ଅସନ୍ତୋଷ ପ୍ରକାଶ କରି ପ୍ରତିବାଦ କରିବାରୁ ମହିଳାଙ୍କୁ ତାଙ୍କ ସ୍ବାମୀ  ଟାଣି ଘୋଷାରି ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.