ଧନବାନ ହେବାକୁ ଚାହୁଁଥିଲେ ଚାଣକ୍ୟଙ୍କ ଏହି ନୀତିକୁ ପ୍ରୟୋଗ କରନ୍ତୁ ଜୀବନରେ, ରହିବ ଲକ୍ଷ୍ମୀଙ୍କ ଆଶିର୍ବାଦ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ପ୍ରାସଙ୍ଗିକତା ଆଜି ବି ସମାଜରେ ପ୍ରଚଳିତ । ମହାନ ଅର୍ଥଶାସ୍ତ୍ରୀ ଆଚାର୍ଯ୍ୟ ଚାଣକ୍ୟଙ୍କର ରାଜନୈତିକ, ସାମାଜିକ, ଆର୍ଥିକ ଓ ଦାର୍ଶନିକ ବିଷୟରେ ଗଭୀର ଜ୍ଞାନ ଥିଲା । ଚାଣକ୍ୟଙ୍କ ନୀତି ଆଧାରରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଗଧର ସମ୍ରାଟ ହୋଇ ପାରିଥିଲେ ।

ଚାଣକ୍ୟ ଭଲ ଭାବେ ଜାଣିଥିଲେ ଯେ ବ୍ୟକ୍ତି ଜୀବନରେ ଧନର ଗୁରୁତ୍ୱ କେତେ । ସେଥିପାଇଁ ଧନ ଅର୍ଜନ କରିବା ପ୍ରସଙ୍ଗରେ ଚାଣକ୍ୟ ଏମିତି କିଛି କହି ଯାଇଛନ୍ତି । ଯାହାକୁ ପାଳନ କଲେ ଲକ୍ଷ୍ମୀ ସର୍ବଦା ଆପଣଙ୍କ ସହ ରହିବେ । ଆସନ୍ତୁ ଜାଣିବା କ’ଣ କୁହନ୍ତି ଚାଣକ୍ୟ ।

ଧନ ବଞ୍ଚାନ୍ତୁ :

ଚାଣକ୍ୟ ନୀତି ଅନୁଯାୟୀ ବ୍ୟକ୍ତି ଧନବାନ ସେତେବେଳେ ହେବ ଯଦି ସେ ଧନର ଗମ୍ଭୀରତା ବୁଝି ପାରିବ । ଯେଉଁ ବ୍ୟକ୍ତି ଧନ ବଞ୍ଚାନ୍ତି ବା ସଂଚୟ କରନ୍ତି, ସେମାନଙ୍କ ଉପରେ ଲକ୍ଷ୍ମୀ ସର୍ବଦା କୃପା କରନ୍ତି । ଚାଣକ୍ୟ ନୀତି କୁହେ ଯେଉଁ ବ୍ୟକ୍ତି ଧନ ସଂଚୟ ନ କରନ୍ତି ଭବିଷ୍ୟତରେ ସେମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

ଆୟ ଠାରୁ ଅଧିକ ଧନ ବ୍ୟୟ ନ କରନ୍ତୁ :

ଚାଣକ୍ୟ ନୀତି କୁହେ, ବ୍ୟକ୍ତି ଧନର ବ୍ୟୟ ତା’ର ଆୟ ଅନୁଯାୟୀ କରିବା ଉଚିତ୍‌ । ଧନର ବ୍ୟୟ କେବେ ବି ଆୟ ଠାରୁ ଅଧିକ କରିବା ଉଚିତ୍‌ ନୁହେଁ । ନିହାତି ଆବଶ୍ୟକ ନହେଲେ ଧନ ଖର୍ଚ୍ଚ କରନ୍ତୁ ନାହିଁ । ଯେଉଁ ଲୋକ ଆୟ ଠାରୁ ଅଧିକ ବ୍ୟୟ କରନ୍ତି । ସେମାନେ କଷ୍ଟରେ ଦିନ କାଟିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.