ନୃଶଂସ ପରିବାର: ଝିଅ ସହ ପ୍ରେମିକକୁ ମାରି ଗଛରେ ଟାଙ୍ଗିଦେଲା ଜହ୍ଲାଦ ବାପା

ନୃଶଂସ ପରିବାର। ପରିବାରର ସମ୍ମାନ ରକ୍ଷା କରିବାକୁ ଯାଇ ଝିଅ ଓ ତାର ପ୍ରେମିକକୁ ତଣ୍ଟି ଚିପି ମାରିଦେଲେ । ବାପା, କକା, ଭିଣୋଇ ଦୁଇ ଜଣଙ୍କୁ ମାରିଦେଲେ । ଧର୍ମଗଡ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି ।

କଳାହାଣ୍ଡି (କେନ୍ୟୁଜ): ଭବାନୀପାଟଣାରେ ଅନର କିଲିଂ । ପ୍ରେମର ଆଉ ଏକ କରୁଣ କାହାଣୀ । ପରିବାରର ସମ୍ମାନ ରକ୍ଷା କରିବାକୁ ଯାଇ ଝିଅ ଓ ତାର ପ୍ରେମିକକୁ ତଣ୍ଟି ଚିପି ମାରିଦେଲେ । ବାପା, କକା, ଭିଣୋଇ ଦୁଇ ଜଣଙ୍କୁ ମାରିଦେଲେ । ଧର୍ମଗଡ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି । ଡବଲ ମର୍ଡର ଘଟଣାରେ ତଦନ୍ତ କରି ୩ ହତ୍ୟାକାରୀଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର ଗାଁର ନାବାଳକ ସୁନୀଲ ପଟେଲ ଓ ନାବାଳିକା ଜେମାମଣି ପଟେଲ ଉଭୟଙ୍କ ମଧ୍ୟରେ ପ୍ରାୟ ଦୁଇ ବର୍ଷ ହେଲା ପ୍ରେମ ସଂପର୍କ ଗଢି ଉଠିଥିଲା । ହେଲେ ଏହି ସମ୍ପର୍କକୁ ନାବାଳକ ସୁନୀଲର ପରିବାର ସମର୍ଥନ ଦେଇ ଆସୁଥିଲେ । ହେଲେ ନାବାଳିକା ଜେମାମାଣିଙ୍କ ପରିବାର ଏହି ସମ୍ପର୍କକୁ ବିରୋଧ କରିଥିଲେ । ଜୁନ ୩୦ରେ ଉଭୟ ଘର ଛାଡି ଚାଲି ଯାଇଥିଲେ ।

ଗାଁରୁ ବାହାରି ଉଭୟ ଗୋତଗୁଡା ଗାଁରେ ଥିବା ଏକ ପରିତ୍ୟକ୍ତ ମିଲ୍‌ରେ ଲୁଚି ରହିଥିଲେ । ଜେମାମାଣିଙ୍କ ବାପା କନେଶ୍ୱର ପଟେଲ ଖବର ପାଇ ନାବାଳିକାର କାକା ଓ ଭେଣେଇକୁ ସାଙ୍ଗରେ ନେଇ ଲୁଚି ରହିଥିବା ସ୍ଥାନରେ ପହଞ୍ଚି ପ୍ରେମୀ ଯୁଗଳଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ । ପରେ ମୃତଦେହକୁ ନିଜ ଗାଁକୁ ଆଣି ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଇଥିଲା ଜହ୍ଲାଦ ବାପା । ଜୁଲାଇ ଦୁଇ ତାରିଖରେ ନାବାଳିକାର ବାପା ଝିଅ ନିଖୋଜ ହୋଇଥିବା ନେଇ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିଥିଲା ଧର୍ମଗଡ଼ ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.