ପ୍ରଥମ ଦିନରେ ଘାଇଲା : ୱେଷ୍ଟଇଣ୍ଡିଜକୁ ୧୫୦ ରନରେ ଅଲଆଉଟ କଲା ଟିମ୍ ଇଣ୍ଡିଆ
ୱେଷ୍ଟଇଣ୍ଡିଜ୍ ୧୫୦ ରନରେ ଅଲଆଉଟ । ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ମୁକାବିଲାରେ ଟିମ୍ ଇଣ୍ଡିଆର ପଲ୍ଲା ଭାରି ରହିଛି । ପ୍ରଥମ ଦିନରେ େଓ୍ଵଷ୍ଟଇଣ୍ଡିଜ୍ ଟିମ୍ ମାତ୍ର ୧୫୦ ରନରେ ଅଲଆଉଟ ହୋଇଛି । ୬୪.୩ ଓଭର ଖେଳି ୧୫୦ ରନ କରିଥିଲା ଟିମ୍ । ବୋଲିଂରେ କମାଲ କରିଥିଲେ ଆର ଅଶ୍ୱିନ ।

ୱେଷ୍ଟଇଣ୍ଡିଜ୍ ୧୫୦ ରନରେ ଅଲଆଉଟ । ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ମୁକାବିଲାରେ ଟିମ୍ ଇଣ୍ଡିଆର ପଲ୍ଲା ଭାରି ରହିଛି । ପ୍ରଥମ ଦିନରେ େଓ୍ଵଷ୍ଟଇଣ୍ଡିଜ୍ ଟିମ୍ ମାତ୍ର ୧୫୦ ରନରେ ଅଲଆଉଟ ହୋଇଛି । ୬୪.୩ ଓଭର ଖେଳି ୧୫୦ ରନ କରିଥିଲା ଟିମ୍ । ବୋଲିଂରେ କମାଲ କରିଥିଲେ ଆର ଅଶ୍ୱିନ । ଅଶ୍ୱିନ ୬୦ ରନ ଦେଇ ହାତେଇଲେ ୫ଟି ଓ୍ଵିକେଟ । ସେହିଭଳି ରବୀନ୍ଦ୍ର ଜାଡେଜା ୨୬ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ । ଭାରତୀୟ ଟିମରେ ଯଶସ୍ୱୀ ଜୟସ୍ୱାଲ ଓ ଇଶାନ କିଷାନଙ୍କୁ ସାମିଲ କରାଯାଇଛି । ଭାରତୀୟ ଟିମର ଓପନର ଯଶସ୍ୱୀ ଜୟସ୍ୱାଲ ୪୦ ଓ ରୋହିତ ଶର୍ମା ୩୦ ରନ କରି ଅପରାଜିତ ଅଛନ୍ତି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୩ ଓଭରରେ ୮୦ ରନ କରିଛି । .