ଓଡ଼ିଶାର ଆଉ ୨ଟି ସ୍ଥାନରେ କୋଭିଡ-୧୯ ନମୁନା ପରୀକ୍ଷା କେନ୍ଦ୍ର ହେଲା ଆରମ୍ଭ, ଜାଣନ୍ତୁ କେଉଁ କେଉଁ ଜାଗାରେ

କେନ୍ୟୁଜ(ବ୍ୟୁରୋ): ଓଡ଼ିଶାର ଆଉ ୨ଟି ସ୍ଥାନରେ କୋଭିଡ-୧୯ ନମୁନା ପରୀକ୍ଷା ଆରମ୍ଭ । ରାଉରକେଲାସ୍ଥିତ ଆଇଜିଏଚ ଓ ଭୁବନେଶ୍ୱରସ୍ଥିତ ଇଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସସେସରେ ଏହି କୋଭିଡ-୧୯ ନମୁନା ପରୀକ୍ଷା ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ଏହି ସୂଚନା ଦେଇଛି । ପୂର୍ବରୁ ଭୁବନେଶ୍ୱରସ୍ଥିତ ଏମ୍ସ, ଆରଏମଆରସି, କଟକର ଏସସିବିରେ କୋଭିଡ ନମୁନା ପରୀକ୍ଷା ଚାଲୁ ରହିଛି । ସେହିପରି ଖୁବ ଶୀଘ୍ର ବୁର୍ଲାରେ କୋଭିଡ-୧୯ ପରୀକ୍ଷା ହେବ ବୋଲି ରାଜ୍ୟ ସରକାର ପୂର୍ବରୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.