Below header

କରୋନା ଆକ୍ରାନ୍ତଙ୍କ ଘର ଆଗରେ ଆଉ ଲାଗିବ ନାହିଁ କୋଭିଡ-୧୯ ପୋଷ୍ଟର,କୋଭିଡ ଚିକିତ୍ସା ଦାୟିତ୍ବରୁ ମୁକ୍ତ ହେଲେ ଆୟୁଷ ଡାକ୍ତର

କେନ୍ୟୁଜ୍(ବ୍ୟୁରୋ):  ଏବେ ଆଉ କରୋନା ଆକ୍ରାନ୍ତଙ୍କ ଘର ଆଗରେ ଲାଗିବ ନାହିଁ କୋଭିଡ-୧୯ ପୋଷ୍ଟର। ଏହି ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳ, ପୌରପାଳିକା କମିସନର ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ।

କ୍ରମାଗତ ଭାବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ଆକ୍ରାନ୍ତଙ୍କ ଘର ସମ୍ମୁଖରେ କୋଭିଡ-୧୯ ପୋଷ୍ଟର ଲଗାଯିବାର ଆବଶ୍ୟକତା ନାହିଁ ବୋଲି ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ସେହିଭଳି  କୋଭିଡ ଚିକିତ୍ସା ଦାୟିତ୍ବରୁ  ଆୟୁଷ ଡାକ୍ତରମାନଙ୍କୁ ମୁକ୍ତ କରିଛନ୍ତି ରାଜ୍ୟ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.