ପୁରୀ: ସାତପଡ଼ା ଜାତୀୟ ରାଜପଥରେ ପର୍ଯ୍ୟଟକଙ୍କ କାର କଲା ସିରିଜି ଦୁର୍ଘଟଣା, ୫ ଜଣ ଗୁରୁତର

ପୁରୀ(କେନ୍ୟୁଜ୍):  ଆଜି ସନ୍ଧ୍ୟାରେ ପୁରୀ  ସାତପଡ଼ା ଜାତୀୟ ରାଜପଥରେ ଏକ କାର ତିନି ସ୍ଥାନରେ ଦୁର୍ଘଟଣା କରିଛି । ଏହି ଦୁର୍ଘଟଣାରେ ୫ଜଣ  ଗୁରୁତର ହୋଇ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ପୁରୀ ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି । ଏହି କାରଟି ଏକ ପର୍ଯ୍ୟଟକଙ୍କର ଗାଡ଼ି ବୋଲି ଜଣା ପଡିଛି। କିଛି ପର୍ଯ୍ୟଟକ ସାତପଡ଼ା ନିକଟ ଗବକୁଣ୍ଡ ଚିଲିକାକୁ ବୁଲିବାକୁ ଆସିଥିଲେ ।

car accident1

ଭୋଜି ସାରି ଫେରିବା ବେଳେ ବ୍ରହ୍ମଗିରି ବଜାର, କଲେଜ ଛକ, କାଠୁଆ ଅରେଡି ଛାରେ ସିରିଜ୍ ଦୁର୍ଘଟଣା କରି ଫେରାର ହୋଇ ଯିବା ବେଳେ କେରାଣ୍ଡିଆ ଛକରେ ଭରସ୍ୟମ ହରାଇ ରାସ୍ତାରେ ଓଲଟି ପଡ଼ିଛି । ଲୋକେ ସମସ୍ତ ଗୁରୁତରଙ୍କୁ ଚିକିତ୍ସ ପାଇଁ ଡାକ୍ତର ଖାନାରେ ଭର୍ତି କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର ଡ୍ରାଇଭରକୁ ଅଟକ ରଖି କାରକୁ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.