ଟାଙ୍ଗୀ ବାଇପାସରେ ଓଲଟିଲା କୋଭିଡ୍ ଆମ୍ବୁଲାନ୍ସ ଭ୍ୟାନ୍, ଅଳ୍ପକେ ବର୍ତ୍ତିଲେ ତହସିଲଦାର

ଟାଙ୍ଗୀ (କେ ନ୍ୟୁଜ୍‌) : ଖୋରଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ନିକଟରେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା ଏକ କୋଭିଡ ଆମ୍ବୁଲାନ୍ସ । ତେବେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଓଲଟି ପଡ଼ିଥିଲେ ମଧ୍ୟ ଏଥିରେ ଥିବା ଗଂଜାମ ଜିଲ୍ଲାର ଜଣେ ତହସିଲଦାର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ।

AMBULANCE-2ସେ କୋଭିଡ୍ ଆମ୍ବୁଲାନସ ଗାଡିରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଆହତ ତହସିଲଦାରଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ନିକଟସ୍ଥ ଚାନ୍ଦପୁର କୋଭିଡ କେୟାର ସେଣ୍ଟରରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ ।

ପରେ ସେଠାରୁ ସ୍ୱତନ୍ତ୍ର ଆମ୍ବୁଲାନସରେ ଆହତ ତହସିଲଦାରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଚାନ୍ଦପୁର ମେଡିକାଲର ଡାକ୍ତର ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣାରେ ତହସିଲଦାରଙ୍କ ସହ ଆମ୍ବୁଲାନସରେ ଯାଉଥିବା ଜଣେ ଫାର୍ମାସିଷ୍ଟ ଏବଂ ଆମ୍ବୁଲାନସ ଚାଳକ ମଧ୍ୟ ଆହତ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.