Below header

କୋଭିଡ ହସ୍ପିଟାଲର ମିଆଦିକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟସରକାର

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ହସ୍ପିଟାଲର ମିଆଦିକୁ ଆଉ ତିନି ମାସ ବୃଦ୍ଧି କଲେ ରାଜ୍ୟସରକାର। ଅକ୍ଟୋବର ୧ରେ ସରିବାକୁ ଥିବା ମିଆଦିକୁ ଆଉ ତିନି ମାସ ଅର୍ଥାତ ଡିସେମ୍ବର ୩୧  ପର୍ଯ୍ୟନ୍ତ ବଢାଯାଇଛି। ଏ ବାବଦରେ ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର  ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ସୂଚୀତ କରିଛନ୍ତି।

ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ସୂଚନା ଅନୁସାରେ  ସରକାରଙ୍କ ବୈଷୟିକ କମିଟିର ସୁପାରିଶକ୍ରମେ ଯେଉଁ କୋଭିଡ-୧୯ ହସପିଟାଲଗୁଡ଼ିକ ରାଜ୍ୟ ସରକାର ଓ ପାଣ୍ଠି ଯୋଗାଣକାରୀମାନଙ୍କ ସହ ଚୁକ୍ତି କରିଛନ୍ତି,ସେଗୁଡିକର  କାର୍ଯ୍ୟ ମିଆଦକୁ ଆଉ ତିନିମାସ ଅର୍ଥାତ ଅକ୍ଟୋବର ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।ଏହା ସହ ମଞ୍ଜୁରପ୍ରାପ୍ତ  କୋଭିଡ ହସ୍ପିଟାଲରେ  ସାଧାରଣ ଶଯ୍ୟା ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରାଯାଇଛି । କିନ୍ତୁ ଏହି ସବୁ ହସ୍ପିଟାଲ ଗୁଡିକରେ ଆଇସିୟୁ, ମାଟର୍ନିଟି ଓଟି, ଲେବର ରୁମ,ଡାୟାଲିସିସ ଆଦି କ୍ଷମତା  ଅପରିବର୍ତ୍ତିତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.