ପୁରୀ: କାଳିଆକୁ ଦର୍ଶନକରିବାକୁ ହେଲେ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ, ବୈଠକ ପରେ ଜିଲ୍ଲାପାଳଙ୍କ ସୂଚନା

ପୁରୀ(କେନ୍ୟୁଜ୍): କାଳିଆକୁ ଦର୍ଶନକରିବାକୁ ହେଲେ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଭାବେ ସାଙ୍ଗରେ ଆଣିବାକୁ ପଡିବ। ଯେହେତୁ ଆସନ୍ତା କାଲି ଠାରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ହୋଇଛି ତେଣୁ ଏହାପୂର୍ବରୁ ସମୀକ୍ଷା ବୈଠକ ପରେ ପୂରୀ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । କେବଳ ବାହାର ଭକ୍ତ ନୁହନ୍ତି ପୁରୀ ବାସିନ୍ଦା ମଧ୍ୟ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବେ। କିୟସ୍କ କାଉଣ୍ଟରରେ କୋଭିଡ ରିପୋର୍ଟ ଚେକ୍ ହେଲା ପରେ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି