Below header

କେନ୍ଦ୍ରାପଡ଼ା: ଉପ କାରାଗାରରେ ବିଚାରାଧୀନ କଏଦୀର ମୃତ୍ୟୁ, ପାରିବାରିକ କଳହ ପାଇଁ ୩୦ଡିସେମ୍ବର ୨୦୨୦ରେ ଗିରଫ ହୋଇ ଯାଇଥିଲେ ଜେଲ

କେନ୍ଦ୍ରାପଡା(କେନ୍ୟୁଜ୍):  ବିଚାରାଧୀନ କଏଦୀଙ୍କ ଜେଲରେ ମୃତ୍ୟୁ । କେନ୍ଦ୍ରାପଡା ଡେରାବିଶ ଥାନା ଅଧିନସ୍ଥ ବାଲିଆର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କର କେନ୍ଦ୍ରାପଡା ଉପ କାରାଗାରରେ ମୃତ୍ୟୁ ହୋଇଛି। ଗତ କାଲି ରାତିରେ ସେ କାରାଗାରର ପାଇଖାନାରେ ପଡିଥିବାର କିଛି କଏଦୀ ଦେଖି ଜେଲରଙ୍କୁ କହିଥିଲେ। ଜେଲ କର୍ମଚାରୀଙ୍କ ଜରିଆରେ ପୂର୍ଣ୍ଣଚନ୍ଦ୍ରଙ୍କୁ କେନ୍ଦ୍ରାପଡା ହସ୍ପିଟାଲ ଅଣାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପାରିବାରିକ କଳହରେ ୨୦୨୦ ଡିସେମ୍ବର ୩୦ ତାରିଖ ଦିନ ପୂର୍ଣ୍ଣଚନ୍ଦ୍ରଙ୍କୁ ଡେରାବିଶ ପୋଲିସ ଗିରଫ କରି ଜେଲ ପଠାଇଥିଲା।  ଶବଙ୍କୁ ପୋଷ୍ଟମର୍ଟମ କରାଯାଇଛି । ରିପୋର୍ଟ ଆସିବା ପରେ ମୃତୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.