କଟକ: ମାହାଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳଙ୍କୁ ସଙ୍ଘବଧ ଆକ୍ରମଣ କରି ହତ୍ୟା

ମାହାଙ୍ଗ(କେନ୍ୟୁଜ୍): ମାହାଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ଅନ୍ୟ ଜଣେ ବୃଦ୍ଧଙ୍କୁ ମାରଣାନ୍ତକ ଆକ୍ରମଣ ହୋଇଛି  l ଜଣଙ୍କୁ କଟକ ବଡ଼ ମେଡିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି l ଆକ୍ରମଣରେ  କୁଳମଣି ବରାଳଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମାହାଙ୍ଗା ଥାନା ନୃତଙ୍ଗ ପଞ୍ଚାୟତ ଯାଂକୋଟି ଗ୍ରାମ ନକଟରେ ଏହି ଘଟଣା ଘଟିଛି। ପୁର୍ବ ଶତ୍‌ତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବାର ଅନୁମାନ କରୁଛି ପୋଲିସ।

mahanga

ମିଳିଥିବା ସୂଚନା ମୁତାବକ କୁଳମଣି ତାଙ୍କ ସହଯୋଗୀଙ୍କ ସହ  ଶୁକନଇ ବନ୍ଧ ରାସ୍ତା ଦେଇ ଘରକୁ  ଫେରୁଥିବା ବେଳେ ରାସ୍ତାରେ ତାଙ୍କୁ ୬ ଜଣ ସଙ୍ଗବଦ୍ଧ ହୋଇ ଆକ୍ରମଣ  କରିଥିଲେ।  ଉଭୟଙ୍କୁ ଚିକିତ୍ସା ପାଇଁ ମାହାଙ୍ଗା ମେଡିକାଲକୁ ଅଣାଯାଇଥିବା ବେଳେ କଳମଣିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା  ସ୍ଥଳରେ ଏବେ ବି ଉତ୍ତେଜନା ଲାଗିରହିଛି। ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.