ପୁରୀରେ କୋଭିଡ ସ୍ଥିତି ସମୀକ୍ଷା କଲା ସେଣ୍ଟ୍ରାଲ ଟିମ୍‌, ସିଡିଏମ୍‌ଓଙ୍କ ସହ ଆଲୋଚନା

ପୁରୀ(କେନ୍ୟୁଜ): ପୁରୀରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ଦୁଇ ଜଣିଆ ସେଣ୍ଟ୍ରାଲ ଟିମ୍। ପୁରୀ ସିଡିଏମ୍‌ଓଙ୍କ ସହ ଜିଲ୍ଲାର କୋଭିଡ ପରିଚାଳନା ନେଇ ବିଚାର ବିମର୍ଶ କରିଥିବା ବେଳେ ଟିମ୍ କଣ୍ଟ୍ରୋଲ ରୁମ୍‌ ଓ କୋଭିଡ ମେଡିକାଲ ପରିଦର୍ଶନ କରିଛନ୍ତି । ବିଶେଷତଃ କୋଭିଡ ସଂକ୍ରମଣ ଚିହ୍ନଟ ଓ ଏହାର ହ୍ରାସ ଦିଗରେ କି ପଦକ୍ଷେପ ନିଆଯାଇଛି ସେସବୁ ସଂକ୍ରାନ୍ତରେ ବିସ୍ତୃତ ସମୀକ୍ଷା କରିଛି ଟିମ୍ ।

ଟେଷ୍ଟିଂ, ଟିକାକରଣ, ଚିକିତ୍ସା ସେବା ଦିଗରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିିଛନ୍ତି ଟିମ୍‌ । ପୁରୀ ଜିଲ୍ଲାରେ ସନ୍ତୋଷ ଜନକ ସ୍ଥିତି ରହିଛି। ସବିଶେଷ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଟିମ୍ ଅବଗତ କରାଇବ ବୋଲି ଜଣାପଡିଛି । କୋଭିଡ୍‌ ପରିଚାଳନା ସହ ଟିକାକରଣର ଅଗ୍ରଗତି ନେଇ ସିଡିଏମ୍‌ଓଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ଟିମ୍ । ଏଥସହ କଣ୍ଟାଟ ଟ୍ରେସିଂ, ଟ୍ରିଟମେଣ୍ଟ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହ ସହରର ବିଭିନ୍ନ କୋଭିଡ୍‌ ହସପିଟାଲ ଏବଂ ଗ୍ରାମାଞ୍ଚଳରେ ହୋଇଥିବା କୋଭିଡ୍‌ କେୟାର ସେଣ୍ଟର ସମ୍ପର୍କରେ ପଚାରି ବୁଝିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.