Below header

ରାଜ୍ୟରେ ଦୈନିକ ଆସୁଥିବା କରୋନା ମୃତ୍ୟୁ ସଂଖ୍ୟା ହେଉଛି ପୁରୁଣା ହିସାବ, ସୂଚନା ଦେଲେ ସରକାର

ଭୁବନେଶ୍ୱର : ରାଜ୍ୟରେ ଏବେ ସମସ୍ତଙ୍କୁ ବିଚଳିତ କରୁଛି ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା । କାରଣ ପ୍ରଥମ ଲହରରେ ଯେତିକି ମୃତ୍ୟୁ ଘଟୁଥିଲା ତାକୁ ଏହା ଟପି ଯାଇଛି । ପୁଣି ରାଜ୍ୟରେ ସଂକ୍ରମଣ କମି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଧୀରେ ଧୀରେ ଯାହା ୬୦ ପାଖାପାଖି ଧରିଲାଣି । ତେବେ ସରକାର ଆଜି ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ କୋଭିଡ ମୃତ୍ୟୁ ତାଲିକା ଯାଞ୍ଚ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା କରାଯାଇଛି । କରୋନା ମୃତ୍ୟୁ ନେଇ ଲୋକଙ୍କୁ ସଠିକ୍‌ ତଥ୍ୟ ଦିଆଯାଉଛି । ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ତୁଳନାରେ ଆଶାତୀତ ଭାବେ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି । ବର୍ତ୍ତମାନ ଦୈନିକ ଆସୁଥିବା ମୃତ୍ୟୁ ସଂଖ୍ୟା ହେଉଛି ପୁରୁଣା କେସ । ବିଭିନ୍ନ କାରଣରୁ ମେ ଏବଂ ଜୁନ ମାସରେ ଡେଥ୍‌ କେସ ସମୀକ୍ଷା ହୋଇ ପାରିନଥିଲା ।

ଏବେ ଅଡିଟ ପରେ ପ୍ରତିଦିନ ରାଜ୍ୟସ୍ତରୀୟ ସର୍ବୋଚ୍ଚ କମିଟି ମୃତ୍ୟୁ ସଂଖ୍ୟା ପ୍ରକାଶ କରୁଛନ୍ତି । ତେଣୁ ପୁରୁଣ ମୃତ୍ୟୁ ସଂଖ୍ୟା ଯୋଗୁଁ ଏହା ଅଧିକ ହେଉଛି ବୋଲି ଲାଗୁଛି । ତେବେ ମୃତ୍ୟୁସଂଖ୍ୟାକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.