ରେତ ନଦୀରେ ଅନ୍ତଃନଦୀ ଜଳାଶୟ ବ୍ୟାରେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୬୫ କୋଟି ଟଙ୍କା

ରେତ ନଈରେ ଅନ୍ତଃନଦୀ ଜଳାଶୟ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ହେବ । ଏହାଦ୍ୱାରା ୩ଟି ପଞ୍ଚାୟତର ୭ ଗାଁକୁ ଜଳଯୋଗାଣ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । ଏହି ଅବସରରେ କଳାହାଣ୍ଡି କେସିଙ୍ଗା ବ୍ଲକର ଜୋଲକୋଠାରେ 5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସହ ଭର୍ଚୁଆଲ ମୋଡରେ କଥା ହେଲେ ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଓ ଚାଷୀ।

କେସିଙ୍ଗା ବ୍ଲକର ବହୁ ଗାଁରେ ଇନ୍ଦ୍ରାବତୀ ବହୁମୁଖୀ ଯୋଜନାର କେନାଲ ସଂଯୋଗ ହୋଇପାରିନାହିଁ । ଯାହା ଦ୍ୱାରା ପାଣି ଅଭାବ ଯୋଗୁ ଚାଷ କାମରେ ବାଧା ଉପୁଜୁଥିଲା। ଏହାକୁ ଦୃଷ୍ଟିରେ ରଖି ୬୫ କୋଟି ଟଙ୍କା ବ୍ୟୟରେ ଜୋଲକୋଠାରେ ରେତ ନଦୀରେ ଅନ୍ତଃନଦୀ ଜଳାଶୟ ବ୍ୟାରେଜ୍‌ ପ୍ରକଳ୍ପ ପାଇଁ ଘୋଷଣା କରାଯାଇଛି । ଅଣଜଳସେଚିତ ଅଞ୍ଚଳରେ ୯ ହଜାରରୁ ଅଧିକ ଚାଷୀ ଉପକୃତ ହେବା ସହ ଜଳଯୋଗାଣ ହୋଇପାରିବ। ଧାନ, କପା, କଦଳୀ ଚାଷ ସହ ଡାଲିଜାତୀୟ ଶସ୍ୟ ଉତ୍ପାଦନ କରି ଲାଭବାନ୍‌ ହୋଇପାରିବେ ଚାଷୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.