Below header

କେନ୍ଦୁଝର: ବେଧଡ଼କ ଭାବେ ଚାଳଣ ହେଉଥିବା ଗୋରୁ ବୋଝେଇ ଟ୍ରକକୁ ଜବତ କଲା ପୋଲିସ

ବାଂଶପାଳ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ୪୯ ନଂ ଜାତୀୟ ରାଜପଥରେ ଗୋରୁ ବୋଝେଇ ହୋଇଥିବା ଏକ ଟ୍ରକକୁ କାଞ୍ଜିପାଣି ପୋଲିସ ଜବତ କରିଛି।  ୪୯ ନଂ ଜାତୀୟ ରାଜପଥରେ ଏକ ୧୪ ଚକିଆ ଟ୍ରକରେ ଗୋରୁ ବୋଝଇ ହୋଇ କେନ୍ଦୁଝର ଆଡକୁ ଯାଉଥିଲା। କାଞ୍ଜିପାଣି କନ୍ୟାଶ୍ରମ ପାଖରେ ଟ୍ରକ ଖରାପ ହୋଇ ଯାଇଥିବାରୁ ଟ୍ରକଟି ରାସ୍ତା କଡ଼ରେ ଛିଡା ହୋଇଥିଲା।

ସେହିବାଟ ଦେଇ ଯାଉଥିବା କିଛି ଲୋକେ ଟ୍ରକଟିରେ ଗୋରୁ ମାନଙ୍କୁ ବୋଝେଇ କରି ପାଲ ବନ୍ଧା ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଟ୍ରକ ପାଖକୁ ପହଞ୍ଚିବା ବେଳକୁ ଡ୍ରାଇଭର ଫେରାର ହୋଇ ଯାଇଥିଲା। ପୋଲିସ ଟ୍ରକକୁ ଜବତ କରି ବୋଝେଇ ହୋଇଥିବା ୩୦ ଟି ଗାଈକୁ ନିଜ ହେପାଜତକୁ ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.