ନୂଆ ମାରୁତି Swift କିଣିଲେ ପାଇବେ ୩୪ ହଜାର ଟଙ୍କା ଡିସକାଉଣ୍ଟ, ଜାଣନ୍ତୁ ଅଫରରେ ଆଉ କଣ ରହିଛି ଖାସ୍‌

ମାରୁତି ନିଜର ସବୁଠାରୁ ପପୁଲାର ଏବଂ ଅଧିକ ବିକ୍ରି ହେଉଥିବା କାର୍ ମାରୁତି ସ୍ୱିଫ୍ଟ ଉପରେ ଜବରଦସ୍ତ ଅଫର ଦେଉଛି। ଯଦି ଆପଣ ଏହି କାରକୁ କିଣିବାକୁ ଭାବୁଛନ୍ତି, ତାହେଲେ ଆପଣଙ୍କ ପାଇଁ ୟା ଠାରୁ ବଢ଼ିଆ ସୁଯୋଗ ଆଉ କିଛି ହୋଇପାରେନା। କାହିଁକିନା ଗତ କିଛି ଦିନ ହେବ ହିଁ ମାରୁତି ନିଜ କାରର ଦାମକୁ ବୃଦ୍ଧି କରିଛି। ଏମିତିରେ ସ୍ୱିଫ୍ଟ କାର ଉପରେ ଆପଣଙ୍କୁ ରିହାତି ମିଳିବ ତ ଆପଣଙ୍କୁ ଏହି ସୁଯୋଗକୁ ଆଦୌ ବି ହାତ ଛଡା କରିବା କଥା ନୁହେଁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମାରୁତି ସ୍ୱିଫ୍ଟ ଉପରେ ବର୍ତ୍ତମାନ କମ୍ପାନୀ ପକ୍ଷରୁ ୩୪ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି। ଯେଉଁଥିରେ ମାରୁତି ପକ୍ଷରୁ କ୍ୟାସ୍ ଡିସକାଉଣ୍ଟ, ଏକ୍ସଚେଞ୍ଜ ବୋନସ୍ ଏବଂ କର୍ପୋରେଟ ଡିସକାଉଣ୍ଟ ମଧ୍ୟ ସାମିଲ ଅଛି। ଆସନ୍ତୁ ଜାଣିବା ମାରୁତି ସ୍ୱିଫ୍ଟର ଦାମ୍ ଏବଂ ଏହାର ଫିଚର୍ସ ବିଷୟରେ।

ମାରୁତି ସ୍ୱିଫ୍ଟର ଫିଚର୍ସ

ଏଥିରେ କମ୍ପାନୀ ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ, ଡେ ଟାଇମ ରନିଙ୍ଗ୍ ଲାଇଟ୍ସ, ୭ ଇଞ୍ଚର ଟଚସ୍କ୍ରିନ୍ ଇନଫେଣ୍ଟେମେଣ୍ଟ ସିଷ୍ଟମ ଦିଆଯାଇଛି। ଯାହାକୁ ଆପଲ୍ ପ୍ଲେ ଏବଂ ଆଣ୍ଡ୍ରଏଡ୍ ଅଟୋରେ କନେକ୍ଟ କରିପାରିବେ।

ମାରୁତି ସ୍ୱିଫ୍ଟର ଇଞ୍ଜିନ

ଏହି କାରରେ କମ୍ପାନୀ ୧.୨ ଲିଟରର କ୍ଷମତା ବିଶିଷ୍ଟ ପେଟ୍ରୋଲ ଇଞ୍ଜିନର ପ୍ରୟୋଗ କରାଯାଇଛି। ଯାହା 83PSର ପାଓ୍ଵାର ଏବଂ 113Nmର ଟର୍କ ଜେନେରେଟ୍ କରିଥାଏ। ଏଥିରେ ୫ ସ୍ପିଡ୍ ଅଟୋମେଟିକ ଗିୟରବକ୍ସର ପ୍ରୟୋଗ କରାଯାଇଛି। ସାମାନ୍ୟ ଭାବରେ ଏହି କାର ୨୧ କିଲୋମିଟର ପ୍ରତି ଲିଟର ପର‌୍ୟ୍ୟନ୍ତ ମାଇଲେଜ୍ ଦେଇଥାଏ।

ମାରୁତି ସ୍ୱିଫ୍ଟର ଦାମ୍

ମାରୁତି ଏହି କାରକୁ ୭ ଭେରିୟଣ୍ଟରେ ବଜାରରେ ଲଞ୍ଚ୍ କରିଛି। ଯେଉଁଥିରେ ମାରୁତି ସ୍ୱିଫ୍ଟର ବେସ୍ ଭେରିୟଣ୍ଟର ଦାମ୍ ୫ ଲକ୍ଷ ୪୯ ହଜାର ଟଙ୍କା। ସେହିପରି ଏହି କାରର ଟପ୍ ଭେରିୟଣ୍ଟର ଦାମ୍ ୮ ଲକ୍ଷ ୨ ହଜାର ଟଙ୍କା। ଏମିତିରେ ଯଦି ଏହି କାରକୁ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି କାର୍ ଉପରେ ୩୪ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.