Below header

ମୟୁରଭଞ୍ଜ: ଛେଳି ଚୋରି କରି ଚମ୍ପଟ ମାରିଥିବା ଦୁଇ ଛେଳି ଚୋରକୁ ଧରିଲେ ଗ୍ରାମବାସୀ

କରଞ୍ଜିଆ(କେନ୍ୟୁଜ୍):  ଛେଳି ଚୋରୀ କରି କାରରେ ଚମ୍ପଟ ମାରୁଥିବା ଛେଳି ଚୋର ଗ୍ୟାଙ୍ଗ୍କୁ ଧରିଛନ୍ତି ଗ୍ରାମବାସୀ। ଏହି ଗ୍ୟାଙ୍ଗର ଦୁଇଜଣ ଧରାପଡିଥିବା ବେଳେ ଅନ୍ୟ ଦୁଇ ଜଣ ଖସି ପଳାଇଯାଇଛନ୍ତି। ସୂଚନା ମୂତାବକ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣି ଗ୍ରାମପଞ୍ଚାୟତରୁ ଗୁଡିସାହିରୁ ଚରୁଥିବା ଗୋଟିଏ ଛେଳି (ଖାସୀ )କୁ ଧରି ଏକ ଇଣ୍ଡିକା କାରରେ ନେବା ସମୟରେ ଲୋକମାନେ ଦେଖିଥିଲେ।

କାରଟିରେ ଛେଳିକୁ ସେଠାରୁ ନେଇ ଆସୁଥିବା ବେଳେ ଲୋକେ ଅସନବଣି ଗ୍ରାମ ନିକଟରେ ରାସ୍ତାରେ ଗାଡି ଅଟକାଇବାରୁ ଦୁର୍ବୃତ୍ତମାନେ କାର ଛାଡି ଦୌଡିଥିଲେ । ତେବେ ଗ୍ରାମବାସୀ ୨ ଜଣ ଚୋରକୁ ଧରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଖସି ଯାଇଛନ୍ତି। ସ୍ଥନାୟ ଲୋକେ କାର ଭିତରେ ମୁହଁ ବନ୍ଦ ଅବସ୍ଥାରେ ୨ ଟି ଛେଳିକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.