Below header

ଦେଶ ସ୍ୱାଧୀନ ହେବା ପରଠୁ ପ୍ରଥମ ଥର ପାଇଁ ଜଣେ ମହିଳାକୁ ଦିଆଯିବ ଫାଶି, ରାଷ୍ଟ୍ରପତି ଖାରଜ କଲେ ମର୍ସି ପିଟିସନ୍‌

ମଥୁରା : ନିଜ ପରିବାରର ୭ ଲୋକଙ୍କୁ ହତ୍ୟା କରିବା ଅପରାଧରେ ଫାଶି ଦଣ୍ଡ ପାଇଥିବା ଶବନମ୍‌ଙ୍କ ଦୟା ପିଟିସନକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି । ଫଳରେ ଶବନମ୍‌ଙ୍କୁ ଫାଶି ଦିଆଯିବା ନିଶ୍ଚିତ ହୋଇଯାଇଛି । ଶବନମ୍‌ ଓ ତା’ର ପ୍ରେମୀ ସଲିମ୍‌କୁ ସୁପ୍ରିମକୋର୍ଟ ଉକ୍ତ ମାମଲାରେ ଫାଶି ଦଣ୍ଡ ଶୁଣାଇଥିଲେ । ଉଭୟେ ଫାଶି ଦଣ୍ଡରୁ ରକ୍ଷା ପାଇବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ମର୍ସି (ଦୟା ଭିକ୍ଷା କରି) ପିଟିସନ୍‌ ଦାଖଲ କରିଥିଲେ । ମେରଠର ବରିଷ୍ଠ ଓକିଲ ଗଜେନ୍ଦ୍ର ଘାମା କୁହନ୍ତି ଯେ ସ୍ୱାଧୀନତା ପରେ ଏହା ପ୍ରଥମ ଫାଶି ଦଣ୍ଡ ହେବ ଯେଉଁଠି ଜଣେ ମହିଳାଙ୍କୁ ଫାଶି ଦିଆଯିବ ।

ପରିବାରର ୭ ଲୋକଙ୍କୁ ହତ୍ୟା :

୨୦୦୮ ମସିହା ଅପ୍ରେଲ ୧୪ ତାରିଖ ରାତିରେ ଉତ୍ତରପ୍ରଦେଶ ଅମରୋହ ବାବନଖେଡିରେ ଶବନମ୍‌ ତା’ର ପ୍ରେମିକ ସଲିମ୍‌ ସହ ମିଶି ନିଜର ମା’-ବାପା,ଦୁଇ ଭାଇ, ଭାଉଜ,ମାଉସୀ ପୁଅ ଓ ଭଣଜା ଏପରି ୭ ଜଣଙ୍କ ଖାଦ୍ୟରେ କିଛି ମିଶାଇ ବେହୋସ କରିବା ପରେ କୁରାଢ଼ିରେ ହତ୍ୟା କରିଥିଲା । ପରେ ପୁଲିସ ନିକଟରେ ଉଭୟେ ନିଜର ଦୋଷ ସ୍ୱୀକାର କରିଥିଲେ ।

୧୩ ବର୍ଷ ପରେ ଉଭୟ ଅପରାଧୀଙ୍କୁ ଫାଶି ମିଳିବାକୁ ଯାଉଛି । ନିର୍ଭୟା କାଣ୍ଡରେ ଦୋଷୀଙ୍କୁ ଫାଶି ଦେଇଥିବା ପବନ ଜହ୍ଲାଦ ଶବନମକୁ ମଧ୍ୟ ଫାଶି ଦେବ ବୋଲି ଶୁଣାଯାଉଛି । ତେବେ ଏସମ୍ପର୍କରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ଖବର ପ୍ରକାଶ ପାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.