Below header

କଟକ: ପୁଣି ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ମହିଳା, ଓଡ୍ରାଫ୍ ଟିମ୍ କଲା ଉଦ୍ଧାର

କଟକ(କେନ୍ୟୁଜ୍): ପୁଣି ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ। ଜୋବ୍ରା ଆନିକଟ ନିକଟରେ ଜଣେ ମହିଳା ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଠିକଣା ସମୟରେ ସ୍ଥାନୀୟ ଲୋକେ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ମହିଳା ଜଣକୁ ଉଦ୍ଧାର କରିଛି । ତେବେ ମହିଳା ଜଣକ କାହିଁକି ଡେଇଁଲେ ତାହା ଜଣା ପଡ଼ିନାହିଁ।

କିନ୍ତୁ ପାରିବାରିକ ବିବାଦକୁ ନେଇ ମହିଳା ଜଣକ ମହାନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି। ଏଭଳି ଘଟଣା ନିତିଦିନିଆ ଏମିତି ଘଟୁଥିବାରୁ ଏହାର ସ୍ଥାୟୀ ପ୍ରତିକାର ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.